Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଚୋରାବାଲି (୪୨)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୨

 

ସୁକାନ୍ତି ତୁ’ ମତେ ୠଣୀ କରିଦେଲୁ । ମୋ’ର ମନେ ଅଛି, ଏମିତି ସେବା ଯତ୍ନ ପିଲାଦିନେ ମୋ’ ବୋଉ ନେଉଥିଲା । ଯେବେ ବି’ ମୋ ଦେହ
ଖରାପ ହୁଏ, ସେ ମୋ’ ପାଖଛାଡି କୁଆଡେ ଯାଏନା ।
ମା’ ଏଇ ତ’ ମୋ କର୍ତ୍ତବ୍ୟା
ଯାହା କହ, ତୋ’ର ଏଇ ଅସଜ ଅବସ୍ଥାରେ ତୁ, ମୋ’ ପାଇଁ ଯାହା ବି’ କରିଛୁ, ମୁଁ କେବେ ଭୁଲିବିନାହିଁ ।
ମୁଁ କ’ଣ କଲି? କେବଳ ଟିକେ ଯତ୍ନ ଛଡ଼ା…ବାକି କୁମାର ସାର୍‌ ତ ଆପଣଙ୍କୁ ହସ୍‌ପିଟାଲ୍ ନେଲେ । ପ୍ରତି ଦିନ ଫୋନ୍‌ରେ  ମେଡ଼ିସିନ୍ କଥା ମନେପକାଇ ଦେଉଥିଲେ । ଘଟିଥିବା ଘଟଣାର ବିସ୍ତୃତ ବିବରଣୀ ଦେଇଦେଲା ।

ହୁଁ…ଜାଣେ । କିଛିକିଛି ମନେ ଅଛି ସମ୍ପୂର୍ଣ୍ଣ ନୁହଁ । ଖାଲି ସେତିକି ନୁହେଁ । ମୁଁ ଯେଉଁ ଦୁଇଚାରି ଘଣ୍ଟା ନଥିଲି, ସେତେବେଳେ ବି ପାଖରେ ବସି ବହୁତ କରିଛନ୍ତି । ଆପଣଙ୍କର କେଉଁ ଚେତା ଥିଲା ଯେ.. ଆସିଲା ବେଳକୁ ବାମ୍‌ଟା ମୁଣ୍ଡ ପାଖରେ ଥିଲା । ପାଣିପଟି ଓ ମେଡ଼ିସିନବି… ସେଇଥିରୁ ଜାଣିଲି । କୁମାର ସାର୍ ବହୁତ ସାହାଯ୍ୟକାରୀ ଲୋକ । ଯେତେବେଳେ ଡାକିଲି, ସାଙ୍ଗେସାଙ୍ଗେ ଆସିଛନ୍ତି । ଅନେକ କଥା କହିଗଲା ସୁକାନ୍ତି ।

ନୀରବରେ ସବୁ କିଛି ଶୁଣିନେଲା । ଆରାଧ୍ୟାର ଏମାନେ ଯାହା କରିଛନ୍ତି, ସାମାନ୍ୟ ଧନ୍ୟବାଦଟିଏ ଦେଇ ତା’ର ମହତ୍ତ୍ୱକୁ କମେଇ ଦିଆଯାଇ ପାରେନା ।

ସାରଙ୍କ ଫୋନ୍ ଆସିଥିଲା?

ହଁ , ଦୁଇତିନ ଦିନ ତଳେ ଆପଣ ଶୋଇ ଥିବାବେଳେ ଦୁଇଥର ଫୋନ୍‌ ବାଜିଛି ।

କ୍ରମଶଃ

Leave A Reply

Your email address will not be published.