ଭୁବନେଶ୍ୱର : ବିଜେଡି ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । କେନ୍ଦୁଝରରେ ବିଜେଡି ପୌର ନିର୍ବାଚନ ନେଇ ଭୋଟ ହାତେଇବା ପାଇଁ ଖୁଲମଖୁଲା ପଇସା ବାଣ୍ଟଛିି ।ଏନେଇ ଟ୍ୱିଟ କରି ପଇସା ବାଣ୍ଟିବାର ଭିଡିଓ ସେୟାର କରିଛନ୍ତି ଅପରାଜିତା ଷଡଙ୍ଗୀ ।ଏନେଇ ଅପରାଜିତା କହିଛନ୍ତି ।କେତେ ଜଟିଳ ଏହା । ବିନା ପଇସା ବାଣ୍ଟିବାରେ ବିଜେଡି ଜିତି ପାରିବ ନାହିଁ ।
How pathetic this is! I wonder if the cost price of votes vary from place to place.
How insecure BJD is! Can't it win without distributing money? They ought to have self- confidence enough.@JPNadda @BJP4India @BJP4Odisha @narendramodi @CMO_Odisha @Naveen_Odisha https://t.co/sawkTPUvNo— Aparajita Sarangi, Member of Parliament (@AprajitaSarangi) March 23, 2022
ସାଂସଦ ଅପରାଜିତା ଷଡଙ୍ଗୀ ଟ୍ୱିଟ କରିଥିବା ଭିଡିଓରେ ଦେଖିବାକୁ ମିଳିଛି । କିଛି ନେତା ଓ କର୍ମୀମାନେ ଲୋକମାନଙ୍କୁ ବୁଝାଇବା ସହ ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ଅନୁରୋଧ କରୁଛନ୍ତି । ଦୁଇଟି ଭୋଟ ଶଙ୍ଖ ଚିହ୍ନରେ ଦେବାପାଇଁ ଭୋଟର ମାନଙ୍କୁ କହୁଛନ୍ତି । ତା ସହ ୫ଶହ ଟଙ୍କିଆ ନୋଟ୍ ଗଣି ଲୋକମାନଙ୍କୁ ବଢାଇ ଦେଉଛନ୍ତି ।ଏହି ଭିଡିଓକୁ ସାଂସଦ ଅପରାଜିତା ଷଡଙ୍ଗୀ ନିଜ ଟ୍ୱିଟରରେ ସେୟାର କରିବା ସହ ଏହି ଭିଡିଓକୁ ବିଜେପି ଇଣ୍ଡିଆ, ନରେନ୍ଦ୍ରମୋଦି, ସିଏମଓ ଓଡିଶା , ନବୀନ ଓଡିଶା ଆଦିକୁ ଟ୍ୟାଗ କରିଛନ୍ତି ।
Comments are closed.