Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୧

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଅବା ବିଷ୍ଣୁ ଭଗବାନଙ୍କ ଚାରିଯୁଗର ସ୍ୱରୂପ ବର୍ଣ୍ଣନାକୁ ଲକ୍ଷ କଲେ ପ୍ରଭୁଙ୍କର ଚତୁବୃହ୍ୟ ବା ଚତୃବିଦ୍ଧ ରୂପ କଥା ଆମେ ସଠିକ ହୃଦୟଙ୍ଗମ କରିପାରିବା। ପ୍ରଥମେ ସତ୍ୟଯୁଗ କଥା ଆଲୋଚନା କରିବା।

ଶ୍ରୀଜଗନ୍ନାଥଙ୍କ ଚତୃଦ୍ଧl ମୂର୍ତ୍ତିଙ୍କ ମଧ୍ୟରେ ଶ୍ୱେତ ବର୍ଣ୍ଣ ହେଲେ ଶ୍ରୀ ବଳଭଦ୍ର, ସତ୍ୟଯୁଗରେ ପ୍ରଭୁଙ୍କର ରଙ୍ଗ ଥିଲା ଶ୍ୱେତବର୍ଣ ବା ଶଶୀବର୍ଣ୍ଣ “ଶୁକ୍ଳl ମ୍ବରଂ ଧରଂ ବିଷ୍ଣୁ ଶଶୀବର୍ଣ୍ଣଂ ଚତୁଭ୍ରୁଜଂ। ” ଅର୍ଥାତ ଶ୍ୱେତ ବର୍ଣ୍ଣ ଓ ଶଙ୍ଖ, ଚକ୍ର, ଗଦା, ପଦ୍ମ ଶୋଭିତ ଚାରି ଭୁଜ (ପରଂବ୍ରହ୍ମ ବିଷ୍ଣୁ )। ଯଦି ଆମେ ସତ୍ୟଯୁଗର ଦେବତା ହିସାବରେ ଆଦି ନୃସିଂହଙ୍କୁ ନେବା ତେବେ ମଧ୍ୟ ଜାଣିବା ଯେ ଶ୍ୱେତ ବର୍ଣ୍ଣ ହିଁ ପ୍ରଥମେ ଧାରଣ କରିଥିବାର ପ୍ରମାଣ ମିଳିବ। ଶ୍ରୀମଦ ଭାଗବତ କହେ “ପ୍ରତପ୍ତଚାମୀକର ଚଣ୍ଡଲୋଚନମ୍, ସ୍ପୁରତ ସଟାକେଶର ଜୁମ୍ଭିତାନନମ “ଅର୍ଥାତ ଚନ୍ଦ୍ରମା କିରଣ ପରି ଶୁକ୍ଳରୋମ ଦ୍ୱାରା ଆବୃତ ଶରୀର, ଗ୍ରୀବାଦେଶରେ ଶ୍ୱେତ କେଶର ପୂର୍ଣ୍ଣ ଓ ପ୍ରଚଣ୍ଡ ଜ୍ୱଳନ୍ତ ଚକ୍ଷୁ ସତ୍ୟ ଯୁଗର ଅନ୍ୟ ଏକ ରୂପ ବାମନ ସେହି ରୂପରେ ଗୌର ବର୍ଣ୍ଣ, ବ୍ରାହ୍ମଣ ରୂପରେ ହାତରେ ଦଣ୍ଡ ଛତ୍ର, କମଣ୍ଡୁଳ କଟିରେ ବକ୍କଳ, କାନ୍ଧରେ ଯଜ୍ଞଉପବିତ, ଶିରରେ ଜଟ ଓ କାଖ ତଳେ ମୁର୍ଗ ଚର୍ମ ଧାରଣ କରି ବ୍ରହ୍ମଚାରି ସ୍ୱରୂପରେ ବଳିରାଜାଙ୍କ ଯଜ୍ଞ ସ୍ଥଳ ରେ ପ୍ରବେଶ । ଭାଗବତ କହେ “ଇତ୍ଥଂ ସଶୀଶ୍ୟେଷୁ ଭୃଗୁଶ୍ବନେକଧା, ବିତକ୍ର୍ୟମାଣ ଭଗବାନ ସ ବାମନଃ ଛତ୍ରଂ ସଦଣ୍ଡଂ ସଜଳଂ କମଣ୍ଡଲୁଂ, ବିବେଶ ବିଭ୍ରଦ୍ଧୟ ମେଧବାଟମ । “ ସେହିପରି ସତ୍ୟଯୁଗର ଦୁଇ ଅବତାର ମତ୍ସ୍ୟ ଓ ବରାହ ମଧ୍ୟ ଶ୍ୱେତ ବର୍ଣ୍ଣର ବୋଲି ବର୍ଣ୍ଣନା ଅଛି। ମତ୍ସ୍ଯ ଭଗବାନଙ୍କ ହେମବର୍ଣ୍ଣ, ଭାଗବତ କହେ । ” ଏକ ଶୃଙ୍ଗଧରୋ ମତ୍ସ୍ଯ ହୈମୋ ନିୟୁତ ଯୋଜନଃ ଓ ଯଜ୍ଞପୁରୁଷ ରୂପେ କଳ୍ପିତ ବରାହ ମଧ୍ୟ ଶୁକ୍ଳବର୍ଣ୍ଣ ଧାରଣ କରିଥିଲେ। ସତ୍ୟ ଯୁଗରେ ସନକ, ସନନ୍ଦନ, ସନାତନ ଓ ସନତକୁମାର ଆଦି ମଧ୍ୟ ଶ୍ୱେତ ବର୍ଣ୍ଣ ଧାରଣ କରିଥିବାର ପ୍ରମାଣ ମିଳେ। ତେଣୁ ଶ୍ରୀଜଗନ୍ନାଥଙ୍କ ଚତୃଦ୍ଧl ମୂର୍ତ୍ତି କଳ୍ପନା କରିବା ସମୟରେ ପ୍ରଥମେ ଆସନ୍ତି ଶ୍ୱେତ ବର୍ଣ୍ଣ ଯୁକ୍ତ ପ୍ରଭୁ ଶ୍ରୀବଳଭଦ୍ର।

ଆମେ ନବକଳେବର ସମୟରେ ଦାରୁ ଚୟନର ପ୍ରକ୍ରିୟା ଅନୁଧ୍ୟାନ କଲେ ଜାଣିପlରିବା ବଲଭଦ୍ରଙ୍କ ଦାରୁର ରଙ୍ଗ ଶୁଭ୍ର ବା ଶ୍ୱେତ ହୋଇଥାଏ। ଏଥିରେ ସାତ ଶାଖା ଓ ଗଣ୍ଡିରେ ଆୟୁଧ ଲଙ୍ଗଳର ଚି଼ହ୍ନ ଥାଏ। ଆମେ ଆଗରୁ ସ୍କନ୍ଦ ପୁରାଣ ବର୍ଣ୍ଣିତ ଶ୍ଳୋକ ଆଲୋଚନା କରି ଚତୃଦ୍ଧl ମୂର୍ତ୍ତିଙ୍କ ଚାରି ପ୍ରକାର ବର୍ଣ୍ଣର ଆଲୋଚନା କରିଥିଲେ। ଏବେ ଯୁଗ ଅନୁସାରେ ସେହି ବର୍ଣ୍ଣମାନଙ୍କର ବିଶେଷତ୍ୱ ଜାଣିବା। ଆଜି ସତ୍ୟଯୁଗ ବିଷୟରେ ଜାଣିଲେ, ଆଗକୁ ତ୍ରେତୟା, ଦ୍ୱାପର ଓ କଳିଯୁଗ ବିଷୟରେ ଜାଣିବା। କିନ୍ତୁ ତା’ ପୂର୍ବରୁ ଆସନ୍ତୁ ପ୍ରଭୁଙ୍କର ଆରାଧନା କରିବା :

“ନମସ୍ତେ ପ୍ରଭୁ ବିଶ୍ୱ ରୂପୀ, ସକଳ ହୃଦେ ଅଛୁ ବ୍ୟାପି
ତୁ ସୃଷ୍ଟି ସ୍ଥିତି ଲୟ କରୁ, ଆବର ଗର୍ଭରେ ସଂହରୁ

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Leave A Reply

Your email address will not be published.