Latest Odisha News

BREAKING NEWS

ଏନଡିଏ ସରକାରରେ ସାମିଲ ହେଲେ ଭିଆଇପିର ୩ ବିଧାୟକ, ଏକୁଟିଆ ପଡିଗଲେ ମୁକେଶ

ପାଟନା: ବିହାର ରାଜନୀତିରେ ଆଜି ଏକ ବଡ ନାଟକୀୟ ପରିବର୍ତନ ଦେଖିବାକୁ ମିଳିଛି । ଏନଡିଏ ସରକାରରେ ସାମିଲ ବିକାଶଶୀଳ ଇନସାନ ପାର୍ଟି (ଭିଆଇପି)ର ୩ ବିଧାୟକ ଦଳ ଛାଡି ବିଜେପିକୁ ସମର୍ଥନ ଦେଇଛନ୍ତି । ବିଧାନସଭା ଅଧ୍ୟକ୍ଷ ବିଜୟ ସିହ୍ନାଙ୍କୁ ରାଜୁ ସିଂ, ସ୍ୱର୍ଣ୍ଣା ସିଂ ଓ ମିଶ୍ରୀ ଲାଲ ଯାଦବ ସମର୍ଥନ ପତ୍ର ଦେଇଛନ୍ତି । ଏଥିସହ ଭିଆଇପିର ବିଜେପିରେ ବିଲୟ ଘଟିଛି । ପୂର୍ବରୁ ମୁକେଶ ସାହିନୀ ନେତୃତ୍ୱାଧୀନ ଭିଆଇପି ଏନଡିଏ ଉପରେ ସମର୍ଥନ ପ୍ରତ୍ୟାହାର ନେଇ ଚାପ ପକାଉଥିଲା । ବର୍ତମାନ ମୁକେଶ ନିଜେ ଏକୁଟିଆ ପଡି ଯାଇଛନ୍ତି ।

ଅପରପକ୍ଷରେ ବିହାରରେ ଏନଡିଏ ସରକାର ପୁନର୍ବାର ପୂର୍ବଭଳି ସୁରକ୍ଷିତ ରହିଛି । ବିହାର ବିଧାନସଭାରେ ମହାଗଠବନ୍ଧନ ନିକଟରେ ୧୧୦ସିଟ (ଆରଜେଡି ୭୫, କଂଗ୍ରେସ ୧୯, ଲେଫ୍ଟ ୧୬, ଏଆଇଏମଆଇଏମ ୫) ଥିବା ବେଳେ ଏନଡିଏ ପାଖରେ ୧୨୭ ସିଟ ( ବିଜେପି ୭୭, ଜେଡିୟୁ ୪୫, ହାମ ୪, ସ୍ୱାଧୀନ ୧) ରହିଛି ।

Comments are closed.