ଡେରାଡୁନ: ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ପୁଷ୍କର ସିଂ ଧାମି ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ପ୍ରଥମ ରାଜ୍ୟ ଭାବେ ଉତରାଖଣ୍ଡରେ ୟୁନିଫର୍ମ ସିଭିଲି କୋଡ ଲାଗୁ କରାଯିବ ବୋଲି ସେ କହିଛନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ଏ ନେଇ ପ୍ରତିଶ୍ରୁତି ଦିଆ ଯାଇଥିଲା । ଏ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
ଧାମିଙ୍କ ଏହି ପଦକ୍ଷେପ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ତେବେ ସୂଚନାଯୋଗ୍ୟ, ଗୋଆରେ ପୂର୍ବରୁ ସମାନ ନାଗରିକ ସଂହିତା ଲାଗୁ କରାଯାଇଛି । ଉତରାଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିରୁ ୭୦ରୁ ୪୭ ସିଟ ହାସଲ କରିଥିଲା ।
Comments are closed.