Latest Odisha News

ବାଲିଘାଟ ବିବାଦକୁ ନେଇ ବୋମା ମାଡ଼, ଜଣେ ମୃତ

ଯାଜପୁର: ବାଲିଘାଟ ବିବାଦକୁ ନେଇ ଫୁଟିଲା ବୋମା । ଚାଲିଗଲା ଜଣଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ମୃତକ ଜଣକ ସୁରେନ୍ଦ୍ର ଦାସ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ବିଞ୍ଝାରପୁର ଥାନା ଅନ୍ତର୍ଗତ ବଗମରା ପାଖ ମନେଇଗଣ୍ଡ ବାଲିଘାଟକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଛି । ଏହି ବାଲିଘାଟକୁ ଗ୍ରାମର ସୁରେନ୍ଦ୍ର ଏବଂ ତାଙ୍କର ଜଣେ ସହଯୋଗୀ ନିଲାମରେ ନେଇଥିଲେ। ହେଲେ କେତେକ ଅସାମାଜିକ ବ୍ୟକ୍ତି ସେହି ଘାଟରୁ ଚୋରାରେ ବାଲି ଚାଲାଣ କରୁଥିଲେ। ସୁରେନ୍ଦ୍ର ଏହାର ବିରୋଧ କରି ଆସୁଥିଲେ।

ଆଜି ସନ୍ଧ୍ୟା ସମୟରେ ତାଙ୍କ ଉପରକୁ ଦୁର୍ବୁର୍ତ୍ତ ମାନେ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ସୁରେନ୍ଦ୍ରଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ସ୍ଥାନୀୟ ପୋଲିସ ଛାନଭିନ ଆରମ୍ଭ କରିଛି ।

Leave A Reply

Your email address will not be published.