Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରସନ୍ନ ପାତ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ସୁନ୍ଦରଗଡ଼ ଜିଲ୍ଲାର ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ସୁନ୍ଦରଗଡ଼ ଆବାସିକ କାର୍ଯ୍ୟାଳୟ, ସୁନ୍ଦରଗଡ଼ ଅଫିସ, ପୈତୃକ ବାସଭବନ ସହିତ ଭୁନନେଶ୍ୱରରେ ରଖିଥିବା ୩ଟି ଫ୍ଲାଟରେ ଏକାସାଙ୍ଗରେ ଚଢ଼ାଉ କରୁଛି ଭିଜିଲାନ୍ସର ବିଭିନ୍ନ ଟିମ ।

ସେହିପରି ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଶ୍ରାବଣୀ ରେସିଡେନ୍ସିର ଦ୍ୱିତୀୟ ମହଲାରେ ଥିବା ଫ୍ଲାଟ୍, ମଞ୍ଚନାଥ ଭିଲ୍ଲାର ଫେଜ୍ -୨ରେ ଥିବା ତାଙ୍କର ତିନୋଟି ଦୁଇମହଲା କୋଠା, ବାଲିଅନ୍ତାରେ ଥିବା ଅନ୍ୟ ଏକ ଆବାସିକ କୋଠାରେ ତଲାସୀ ଚାଲିଛି। ଏହା ସହିତ ସୁନ୍ଦରଗଡ଼ସ୍ଥିତ ତାଙ୍କ କାର୍ଯ୍ୟାଳୟ, କାର୍ଯ୍ୟାଳୟ ସମ୍ମୁଖରେ ଥିବା ସରକାରୀ କ୍ୱାର୍ଟର ଏବଂ କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଚର୍ଚ୍ଚିକା ଗ୍ରାମରେ ଥିବା ତାଙ୍କ ଶ୍ୱଶୁର ଘରେ ମଧ୍ୟ ଚଢ଼ାଉ କରାଯାଉଛି।

ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ବେଳେ ସମ୍ପତ୍ତିର ପରିମାଣ ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ପରବର୍ତ୍ତୀ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ସୁନ୍ଦରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ଜଜ୍ ଙ୍କ ଅନୁମତିକ୍ରମେ ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ କରାଯାଉଛି । ଜଣେ ଅତିରିକ୍ତ ଏସ୍ ପି, ୪ ଜଣ ଡିଏସ୍ ପି, ୧୩ ଜଣ ଇନ୍ସପେକ୍ଟର, ୫ ଜଣ ଏଏସ୍ ଆଇ ଏବଂ ଅନ୍ୟ ସହଯୋଗୀ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.