ଭୁବନେଶ୍ବର: ଆଜି ବିଧାନସଭାର ଶୁନ୍ୟକାଳରେ ଫଟୋଗ୍ରାଫର୍ ମାନସ ସ୍ବାଇଁ ହତ୍ୟା ମାମଲା ଉଠିଛି । ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଗଭୀର ଉଦବେଗ ପ୍ରକାଶ କରି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଆସାମୀ ଶର୍ମିଷ୍ଠା ରାଉତକୁ ଗିରଫ କରାଯାଇ ନାହିଁ। ସେକ୍ସ ସ୍କାଣ୍ଡଲ ପାଇଁ ଏହି ହତ୍ୟାକାଣ୍ଡ ହୋଇଛି ।
ମାନସଙ୍କର ମା ଅଭିଯୋଗ କରିଛନ୍ତି ଏଥିରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ହାତ ରହିଛି । ତାଙ୍କ ଇଙ୍ଗିତରେ ହିଁ ହତ୍ୟା ହୋଇଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଥିବାରୁ ତଦନ୍ତ ଠିକ ବାଟରେ ଯିବ ନାହିଁ।
ଏହି ଘଟଣା ଠିକ ମମିତା ମେହେର ହତ୍ୟାକାଣ୍ଡ ଭଳି। ଉଭୟ ଘଟଣା ସେକ୍ସ ସ୍କାଣ୍ଡଲ ପାଇଁ ହୋଇଛି। ଆଉ ଉଭୟ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ଆସିଛି । ମାତ୍ର ସବୁଠି ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆସିଥିଲେ ବି ତଦନ୍ତରେ ତାଙ୍କ ନାମ ରହିଲା ନାହିଁ। ତେଣୁ ଏହି ମାମଲାକୁ ସିବିଆଇକୁ ଦେବା ପାଇଁ ଗୃହରେ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।
Comments are closed.