Latest Odisha News

BREAKING NEWS

‘ଭୁବନେଶ୍ୱର ସାହିତ୍ୟ ପର୍ବ’ ଉଦଯାପିତ

ଭୁବନେଶ୍ୱର : ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ‘ଭୁବନେଶ୍ୱର ସାହିତ୍ୟ ପର୍ବ’ ଉଦଯାପିତ ହୋଇଯାଇଛି ।

ଏହି ପର୍ବର ପ୍ରଥମ ପର୍ଯ୍ୟାୟରେ ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥିଏବଂ  ନିରଞ୍ଜନ ପାଢ଼ୀ ଅନ୍ୟତମ ଅତିଥି ଭାବରେ ଯୋଗଦେଇଥିଲେ। ବିଜ୍ଞାନ ମଣିଷ ଜୀବନକୁ ଆଗେଇ ନେଇପାରେ କିନ୍ତୁ ସାହିତ୍ୟ ଜୀବନକୁ ବୁଝିପାରେ ଓ ଆଗକୁ ବଢ଼ିବା ପାଇଁ ଖୁସି ଦେଇପାରେ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ।

ଏହି ଅବସରରେ ଆଭାସ ବରାଳଙ୍କ ଗଳ୍ପ ପୁସ୍ତକ ‘ଇଣ୍ଟରଭିଉ’ , ସୁନନ୍ଦା ତ୍ରିପାଠୀଙ୍କ କବିତା ପୁସ୍ତକ କାରୁରୂପା ଓ ସୂର୍ଯ୍ୟ ମିଶ୍ରଙ୍କ କବିତା ପୁସ୍ତକ ‘ଅନ୍ୟମନସ୍କ’ ଉନ୍ମୋଚିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଦ୍ୱିତୀୟ ପର୍ଯ୍ୟାୟରେ ଚଳଚ୍ଚିତ୍ର ନିର୍ଦ୍ଦେଶିକା ଲିପିକା ସିଂହ ଦାରାଇଙ୍କ ସହ ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ଆଲୋଚନା କରିଥିଲେ। ପରେ ପରେ ଆମ ଅନୁବାଦ ସାହିତ୍ୟ ଉପରେ ମେରି ମହାନ୍ତି, ଦୁଲା ରାମଲକ୍ଷ୍ମୀ ଏବଂ ପ୍ରଦୀପ ରାୟ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରତ୍ନମାଳା ସ୍ୱାଇଁ ସଞ୍ଚାଳନ କରିଥିଲେ।

କାର୍ଯ୍ୟକ୍ରମର ଶେଷଭାଗରେ କବି ପ୍ରସନ୍ନ ପାଟ୍ଟଶାଣୀ ଏବଂ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଉପସ୍ଥିତିରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଅନେକ କବି, ଲେଖକ ଓ ପ୍ରକାଶକ ଯୋଗ ଦେଇଥିଲେ।

Leave A Reply

Your email address will not be published.