କୀଭ:ରୁଷ ଓ ୟୁକ୍ରେନ ଯୁଦ୍ଧ ୩୪ ଦିନରେ ପଂହଚିଲାଣି । ଉଭୟ ଦେଶ ଆଲୋଚନା କରିବା ପାଇଁ ରାଜି ହେବା ପରେ ଶାନ୍ତିର ଆଶା ଉଜ୍ଜୀବୀତ ହୋଇଛି । ତେବେ ୟୁକ୍ରେନର ଷ୍ଟାର ଟେନିସ ଖେଳାଳି ସର୍ଗେଇ ଷ୍ଟାକୋଭିସ୍କ ଟେନିସ ରାକେଟ ଛାଡି ଦେଶ ପାଇଁ ବନ୍ଧୁକ ଉଠାଇଛନ୍ତି । ରାଜଧାନୀ କୀଭରେ ତାଙ୍କୁ ବନ୍ଧୁକ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା । ୟୁକ୍ରେନ ଯୁଦ୍ଧରେ ହାରିଗଲେ ଆମ ଇତିହାସ ଲୋପ ପାଇଯିବ ବୋଲି ସେ କହିଥିଲେ ।
ଅଷ୍ଟ୍ରେଲିଆନ ଓପନ ପରେ ଷ୍ଟାକୋଭିକ ଟେନିସକୁ ଅଲବିଦା କହିଥିଲେ । ତାଙ୍କ ପୂର୍ବରୁ ୨ ଥର ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ବକ୍ସର ବାସିଲି ଲୋମାଚଂକ ଓ ଟେନିସ ଖେଳାଳି ଆଲେକଜାଣ୍ଡର ଡୋଲଗୋପାଲଭ ମଧ୍ୟ ଦେଶ ପାଇଁ ଜୀବନ ଦେବାକୁ ଅଂଟା ଭିଡିଛନ୍ତି ।
Comments are closed.