Latest Odisha News

BREAKING NEWS

ବ୍ରିଟେନ ସରକାର ଜବତ କଲେ ରୁଷ କୋଟିପତିଙ୍କ ସୁପରୟାଟ

ଲଣ୍ଡନ: ୟୁକ୍ରେନ ଉପରେ ଆକ୍ରମଣ ନେଇ ରୁଷ ଉପରେ ୟୁରୋପୀୟ ଦେଶଗୁଡିକ ବିଭିନ୍ନ କଟକଣା ଲଗାଇଛନ୍ତି । ମଙ୍ଗଳବାର ରୁଷର ଜନୈକ ବିତଶାଳୀଙ୍କ ସୁପରୟାଟକୁ ବ୍ରିଟେନ ସରକାର ଜବତ କରିଛି । ଫାଇ ନାମକ ଏହି ୟାଟର ମୂଲ୍ୟ ୩୭୭ କୋଟି ଟଙ୍କା ହେବ । ଏହାର ମାଲିକଙ୍କ ନାମ ଘୋଷଣା କରାଯାଇ ନାହିଁ । ରାଷ୍ଟ୍ରୀୟ ଅପରାଧ ଏଜେନ୍ସି (ଏନସିଏ)ର କମ୍ବାଟିଂ କ୍ଲେପଟୋକ୍ରେସୀ ସେଲ ଅନୁସାରେ କ୍ୟାନେରୀ ହ୍ୱାର୍ଫରେ ଏହି ୟାଟକୁ ଜବତ କରାଯାଇ ଥିଲଶ ।

ବର୍ଡର ଫୋର୍ସ ମ୍ୟାରୀଟାଇମ ଇଂଟେଲିଜେନ୍ସି ବ୍ୟୁରୋ ଏଥିନେଇ ସହଯୋଗ କରିଥିଲା । ରୁଷ ଯେଉଁ ଯେଉଁ ମାଧ୍ୟମରେ ଅନ୍ୟ ଦେଶରୁ ଅର୍ଥ ରୋଜଗାର କରୁଛି ସେ ସବୁକୁ ବନ୍ଦ କରିଦିଆଯାଇଛି । ରୁଷ ଯାହା କିଛି ୟୁକ୍ରେନ ଉପରେ କରୁଛି ତାହା ସମ୍ପୂର୍ଣ୍ଣ ଭୁଲ ଏବଂ ଆମ ସରକାର ଏହାକୁ ବିରୋଧ କରୁଛୁ ବୋଲି ୟୁରୋପୀୟ ୟୁନିୟନର ଜନୈକ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.