Latest Odisha News

[ଭିଡିଓ] ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ଉତ୍ତରକୁ ନେଇ ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସର ଧାରଣା

ଗୃହରାଷ୍ଟ୍ର ମନ୍ତ୍ରୀ ବିଧାନସଭାରେ ଉତ୍ତର ନଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ

ଭୁବନେଶ୍ୱର : ବିଧାନସଭା ଅଧିବେସନରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିରୋଧ କଲା କଂଗ୍ରେସ ।ଗୃହରାଷ୍ଟ୍ର ମନ୍ତ୍ରୀ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର  ବିଧାନସଭାରେ ଉତ୍ତର ନଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ ।ଏହି ଦାବିକୁ ବାଚସ୍ପତି ଆଗ୍ରହ୍ୟ କରିଦେଇଥିବାରୁ ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ବିଧାୟକ ମାନେ ଧାରଣା ଦେଇଛନ୍ତି ।

ବିଧାନସଭାରେ ରାଜ୍ୟରେ ଘଟୁଥିବା ହିଂସାକୁ ଓ ଅପରାଧ କାର୍ଯ୍ୟ କଳାପରେ ବିଜେପି ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଗତ ହୋଇଥିଲା । ବିଧାନସଭାରେ ଏ ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଉତ୍ତର ନରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ରଖନ୍ତୁ ତାରା ବାହିନୀପତି ଦାବି କରିଥିଲୋ ।ହେଲେ ବାଚସ୍ପତି ଏହି କଥାକୁ ଶୁଣି ନଥିବାରୁ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିବା ସହ ଗୃହ ବାହାରେ ଗାନ୍ଧୀମୂର୍ତ୍ତି ତଳେ ଧାରଣାରେ ବସିଥିଲେ ।

Comments are closed.