Latest Odisha News

BREAKING NEWS

ପେଟ୍ରୋଲ ଦର ପଚାରିବାରୁ ଚିହିଁକି ଉଠିଲେ ବାବା ରାମଦେବ, ‘କ’ଣ କରିବା କଥା କର’

ନୂଆଦିଲ୍ଲୀ: ଯେଉଁ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ଯୋଗଗୁରୁ ବାବା ରାମଦେବ ୨୦୧୪ ପୂର୍ବରୁ ୟୁପିଏ ସରକାରକୁ ସମାଲୋଚନା କରୁଥିଲେ । ଏବେ ସମାନ ଦର ବୃଦ୍ଦିକୁ ନେଇ ଲୋକଙ୍କ ପ୍ରଶ୍ନବାଣର ସମ୍ନା କରୁଛନ୍ତି ରାମଦେବ । ରାମଦେବ ବୁଧବାର ହରିଆଣାର କର୍ଣ୍ଣାଲରେ ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକ ରାମଦେବାଙ୍କ ସେହି ମନ୍ତବ୍ୟକୁ ମନେ ପକାଇ ଦେଇଥିଲେ ଯେଉଁଥିରେ ସେ କହିଥିଲେ, ମୋଦି ସରକାର କ୍ଷମତାକୁ ଆସିଲେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୪୦ ଟଙ୍କା ଓ ସିଲିଣ୍ଡର ପିଛା ୩୦୦ ଟଙ୍କାରେ ବିକ୍ରି ହେବ । ଏହାପରେ ବାବା ରାମଦେବ ଗଣମାଧ୍ୟମକୁ କଡ଼ା ଜବାବ ଦେଇ ଏଥିରୁ ବର୍ତ୍ତିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ମିଡିଆ ଯେତେବେଳେ ନଦବିଲା ଯେତେବେଳେ ରାମଦେବ ରାଗି ଯାଇ ଏହାର କଡା ଜବାବ ଦେବା ଆରମ୍ଭ କରିଥିଲେ। ଆଉ କହିଥିଲେ ଏବେ ଚୁପ୍ ରୁହ, ନହେଲେ ଭଲ ହେବ ନାହିଁ।

ଏହାପରେ ଉପସ୍ଥିତ ସାମ୍ବାଦିକଙ୍କ ମଧ୍ୟରୁ ଜଣେ ପଚାରିଥିଲେ ଆପଣଙ୍କୁ ଏବେ ‘ବାବା ଲାଲଦେବ’ ବୋଲି କାହିଁକି କୁହାଯାଉଛି? ଏହାପରେ ହଠାତ ବାବା ରାମଦେବ ରାଗି ଯାଇଥିଲେ। ସିଧାସଳଖ ଉତ୍ତର ନଦେଇ କହିଲେ, ତୁମ ପେଟରେ ବହୁତ ଯନ୍ତ୍ରଣା ହେଉଛି। ରାମଦେବଙ୍କ ଆଖପାଖରେ ବସିଥିବା ଲୋକମାନେ ହସିବାକୁ ଲାଗିଲେ।

ସାମ୍ବାଦିକ ଜଣକ ଯେତେବେଳେ ତାଙ୍କ ପ୍ରଶ୍ନକୁ ଦୋହରାଇଲେ, ରାମଦେବ ତାଙ୍କ ଆଗକୁ ପଳାଇ ଆସି ସାମ୍ବାଦିକଙ୍କୁ କହିଥିଲେ, ହଁ, ମୁଁ କହିଥିଲି, ମୋର କଣ କରିଦେବ? ସାମ୍ବାଦିକ ଜଣକ ପ୍ରଶ୍ନ କରିଥିଲେ, ଆପଣଙ୍କ କମ୍ପାନୀ ପତଞ୍ଜଳି ବିଶ୍ୱ ପ୍ରସିଦ୍ଧ… ଏହାପରେ ରାମଦେବ ସଙ୍ଗେସଙ୍ଗେ କହିଥିଲେ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ଠିକାଦାର ନୁହେଁ। ଟିକେ ସଭ୍ୟ ହେବାକୁ ଚେଷ୍ଟାକର।

ସେହିପରି ସାମ୍ବାଦିକ ଜଣକ କହିଥିଲେ, ଆପଣ ତ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ମିଡିଆକୁ ପ୍ରତିକ୍ରିୟା ଦେଇଥିଲେ? ରାମଦେବ ଜବାବରେ କହିଥିଲେ ହଁ, ମୁଁ କହିଥିଲି। ଏବେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିବିନି । ଯାଅ କଣ କରିବା କଥା କର । ଚୁପ୍ ରୁହ, ଆଉ ଥରେ ପଚାରିଲେ କିଛି ଭଲ ହେବନି ।

Comments are closed.