Latest Odisha News

BREAKING NEWS

‘ଶ୍ରୀଜଗନ୍ନାଥ କଥା ବିଚିତ୍ରା’ ଉନ୍ମୋଚିତ

ଭୁବନେଶ୍ୱର : ମୁକ୍ତ ଚିନ୍ତନ ମଞ୍ଚ ଆନୁକୂଲ୍ୟରେ ସ୍ଥାନୀୟ ଭାରତୀୟ ବିଦ୍ୟା ଭବନରେ ‘କଥା କଥାରେ ଜଗନ୍ନାଥ’ ଶୀର୍ଷକ ୧୭୭ତମ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ପ୍ରତିଷ୍ଠିତ ଗାଳ୍ପିକ ଓ ଗାଳ୍ପିକାଙ୍କ ୨୨ ଟି ଗଳ୍ପକୁ ନେଇ ପୀତବାସ ରାଉତରାୟଙ୍କ ସଙ୍କଳିତ, ବିଶିଷ୍ଟ ଅନୁବାଦିକା ଭାରତୀ ନନ୍ଦୀଙ୍କ ଦ୍ଵାରା ବଙ୍ଗଳାରେ ଅନୂଦିତ ପୁସ୍ତକ ‘ଶ୍ରୀଜଗନ୍ନାଥ କଥା ବିଚିତ୍ରା’ ଉନ୍ମୋଚିତ ହୋଇଥିଲା।

BjdElectrycity

ସାହିତ୍ୟିକ ସାତକଡ଼ି ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମନୋଜ କୁମାର ମହାପାତ୍ର ମୁଖ୍ୟ ଅତିଥି , ଅନୁବାଦକ ପ୍ରଦୀପ କୁମାର ରାୟ ସମ୍ମାନିତ ଅତିଥି , ଅଭୟ କୁମାର ନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ଶ୍ରୀଜଗନ୍ନାଥ ସଂସ୍କୃତିର ବୈଶିଷ୍ଟ୍ୟ ଉପରେ ଆଲୋଚନା କରି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଆହୁରି ବ୍ୟାପକ ହେବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅମିତାପ୍ରଭା ସ୍ୱାଇଁ ଏବଂ ନୃସିଂହ ପ୍ରସାଦ ଦାଶ ଭଜନ ପରିବେଷଣ କରିଥିଲେ ଏବଂ ପରିଶେଷରେ ରମାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.