Latest Odisha News

BREAKING NEWS

ବିସ୍ଥାପିତଙ୍କ ବିରୋଧ: ଦାବି ପୂରଣ ନହେଲେ ମହନଦୀରେ ଝାସ ଚେତାବନୀ

ପାରାଦୀପ: ଦାବି ପୂରଣ ନହେଲେ ଗ୍ରାମବାସୀ ସାମୂହିକ ମହାନଦୀରେ ଦେବେ ଝାସ  । ପାରାଦୀପ ସ୍ଥିତ ଆର୍ସେଲର ମିତ୍ତଲ- ନିପ୍ପନ ଷ୍ଟିଲ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ଦିର୍ଘ ୧୫ ବର୍ଷ ତଳେ କମ୍ପାନୀକୁ ସହଯୋଗ କରିଥିଲେ, ଏବେ ହକ୍ ପାଇଁ ୧୧ ଦିନ ହେଲା ଖରାରେ ବସିଛନ୍ତି ସେମାନେ। ବିସ୍ଥାପନ ଓ ନିଯୁକ୍ତି ପୂର୍ବରୁ ଜୋର ଜବରଦସ୍ତି ପ୍ରାଚୀର ବୁଲାଉଛି କମ୍ପାନୀ।

ବିସ୍ଥାପନ କାରଣରୁ  ଗ୍ରାମକୁ ଭଲ ରାସ୍ତା ହୋଇ ନଥିବା ବେଳେ , ସେମାନେ ସରକାରୀ ସୁବିଧା ସୁଯୋଗ ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି।  ଯାହାକୁ ବିରୋଧ କରି ହାଣ୍ଡିଆ ଗ୍ରାମର ମହିଳା, ପୁରୁଷ ଓ ଛୋଟ ପିଲା ଧାରଣା ଦେଇଛନ୍ତି। ଯଦି କମ୍ପାନୀ ଯୋର ଜବରଦସ୍ତି ପ୍ରାଚୀର ନିର୍ମାଣ କରେ ତେବେ ସପରିବାର ମହାନଦୀ କୁ ଡେଇଁ ଆତ୍ମହତ୍ୟା କରିବୁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

ବିସ୍ଥାପିତ ପରିବାର ଙ୍କୁ ପ୍ରତିଶ୍ରୁତି ଅନୁଯାୟୀ ଥଇଥାନ ଓ ନିଯୁକ୍ତି ନ ଦେଇ ନିଜର କାମ ଆରମ୍ଭ କରିଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଆମର ଜିଲ୍ଲା ପ୍ରଶାସନ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା ହୋଇଛି ଏବଂ ସେମାନଙ୍କ ଦାବି ପୂରଣ କରାଯିବ ବୋଲି କମ୍ପାନୀ କତ୍ତୃପକ୍ଷ ପ୍ରକାଶ କରିବା ସହିତ ଖୁବ୍ ଶୀଘ୍ର ସେମାନଙ୍କୁ ନେଇ କାର୍ଯ୍ୟ ହେବ ବୋଲି ସୂଚନା ଦେଇଛନ୍ତି।

୧୬ ବର୍ଷ ତଳେ ନିଜ ପିଲା ଛୁଆଙ୍କର ଭବିଷ୍ୟତ ର ସ୍ବପ୍ନ ଦେଖି କମ୍ପାନୀକୁ ସହଯୋଗ କରିଥିବା ଗ୍ରାମବାସୀ , ଏବେ ସେହି ପିଲାଙ୍କ ଭବିଷ୍ୟତ ପାଇଁ ୧୧ ଦିନ ହେଲା ଖରାରେ ବସିଛନ୍ତି। ତେବେ କମ୍ପାନୀ କତ୍ତୃପକ୍ଷ ସମସ୍ତ ଙ୍କୁ ନେଇ କାମ କରିବାର ପ୍ରତିଶ୍ରୁତି କେତେଦୂର କାର୍ଯ୍ୟକ୍ଷମ ହେଉଛି ତାହା ଦେଖିବାକୁ ବାକି ରହିଲା। ପାରାଦ୍ଵୀପ ରୁ ପ୍ରତିନିଧି କର୍ମଜୀତ ଜେନା ଓଡିଶା ସମ୍ବାଦ

Leave A Reply

Your email address will not be published.