Latest Odisha News

BREAKING NEWS

୪ ଜଣ ମନ୍ତ୍ରୀଙ୍କୁ ମିଳିଛି ସମାନ କେନ୍ଦ୍ରୀୟ ବିଭାଗ: ରିପୋର୍ଟ

ଭୁବନେଶ୍ୱର: ଗୁରୁବାର ଦିନ ଶପଥ ନେଇଥିବା ନରେନ୍ଦ୍ର ମୋଦୀଙ୍କ ସରକାର ୭ ଜଣ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିବା ବେଳେ ଅସଙ୍ଗତି ଦେଖାଦେଇଥିବା ଜଣାପଡ଼ିଛି । ଏହି ବିଭାଗ ବଣ୍ଟନ ଶୁକ୍ରବାର ଦିନ କରାଯାଇଛି ।

କେନ୍ଦ୍ରମନ୍ତ୍ରୀ ସଞ୍ଜୀବ କୁମାର ବାଲ୍ୟାନ ଏବଂ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ସମାନ ପଶୁପାଳନ ମନ୍ତ୍ରଣାଳୟ ବିଭାଗ ଆବଣ୍ଟନ କରାଯାଇଛି । କେବଳ ଏହି ଦୁଇ ଜଣ ମନ୍ତ୍ରୀଙ୍କ ନିକଟରେ ଏହି ବିଭାଗ ସୀମିତ ରହିନାହିଁ, ବରଂ ଅନ୍ୟ ଦୁଇଜଣ ନବନିଯୁକ୍ତ କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡି ଏବଂ ନିତ୍ୟାନନ୍ଦ ରାୟଙ୍କୁ ମଧ୍ୟ ସେହି ଏକା ବିଭାଗ ଆବଣ୍ଟନ କରାଯାଇଥିବାର ସୂଚନା ମିଳିଛି ।

ସେହିପରି ଅନ୍ୟ ତିନିଜଣ ମନ୍ତ୍ରୀଙ୍କ ନିକଟରେ ମଧ୍ୟ ଗୋଟିଏ ବିଭାଗ ଆବଣ୍ଟନ ହୋଇଥିବା ଜଣାପଡ଼ିଛି । ରାଜ୍ୟ ମନ୍ତ୍ରୀ ପାହ୍ୟାରେ ଥିବା କେନ୍ଦ୍ରମନ୍ତ୍ରୀ କ୍ରିଷ୍ଣ ପାଲ, ରାମଦାସ ଅଥାୱାଲେ ଏବଂ ରତନଲାଲ କଟାରିଆଙ୍କୁ ମଧ୍ୟ ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରଣାଳୟ ବଣ୍ଟନ କରାଯାଇଛି । କଟାରିଆଙ୍କୁ ଜଳ ଶକ୍ତି ମନ୍ତ୍ରଣାଳୟ ଆବଣ୍ଟିତ କରାଯାଇଛି ।

ସେହିପରି ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ ସମୟରେ ଏହିପରି ଏକ ଘଟଣା ନଜରକୁ ଆସିବା ପରେ ଏହି ତ୍ରୁଟି ମାର୍ଜନା କରାଯାଇଛି ।

ଏଠାରେ ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ବେଳେ କ୍ୟାବିନେଟ୍ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଗୃହ ବିଭାଗର ସ୍ୱାଧୀନ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ତେବେ ଏହି ଦାୟିତ୍ୱକୁ ତାଙ୍କ ଠାରୁ ଅପସାରଣ କରାଯାଇ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅର୍ପଣ କରାଯାଇଛି ।

ସାମ୍ବିଧାନିକ ନିୟମାନୁଯାୟୀ କୌଣସି କ୍ୟାବିନେଟ୍ ମନ୍ତ୍ରୀ ରାଷ୍ଟ୍ରମନ୍ତ୍ରୀଙ୍କର ଏକାଧିକ ବିଭାଗ ରଖିପାରିବେ ନାହିଁ । କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ପାଇଥିବା ପ୍ରଫୁଲ୍ଲ ମଲ୍ଲିକଙ୍କ ହାତରେ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ରହିଛି ।

Leave A Reply

Your email address will not be published.