Latest Odisha News

BREAKING NEWS

ରାୱା କେକ୍

ରାୱା କେକ୍

ଆବଶ୍ୟକ:
୧୦୦ ଗ୍ରାମ ସରୁଦାନା ସୁଜି ବା ରାୱା
ଯେକୌଣସି ତେଲ
ଗୋଟେ ସିଝା ଆଳୁ
୨ଟା କଞ୍ଚା ଲଙ୍କା
ଗୋଟେ ଛୋଟ ଚାମଚ ଜିରା ଓ ଚାଟ୍ ମସଲା
ନାଲି ଲଙ୍କା ଗୁଣ୍ଡ
ଅଧା ଛୋଟ ଚାମଚ ହଳଦୀ
ଗୋଟେ ଚାମଚ ଅଦା ରସୁଣ ପେଷ୍ଟ୍
ଧନିଆପତ୍ର
କର୍ଣ୍ଣଫ୍ଲୋର୍ ପାଉଡ଼ର୍

ପ୍ରସ୍ତୁତି ପ୍ରଣାଳୀ:
ଅଧା କପ୍ ସରୁଦାନା ସୁଜିକୁ ପ୍ରଥମେ କରେଇ ସାହାଯ୍ୟରେ ହାଲୁକା କରି ଭାଜି ଦିଅନ୍ତୁ । ସେଥିରେ ଦେଢ କପ୍ ପାଣି ମିଶାଇ ଲଗାତାର ଘାଣ୍ଟି ତାକୁ ଭଲ କରି ସିଝେଇଦେବେ । ସେଥିରେ ଗୋଟେ ଛୋଟ ଚାମଚ ସୋରିଷ ବା ରିଫାଇନ୍ ତେଲ ପକାଇ ଦିଅନ୍ତୁ । କମ୍ ଆଁଚରେ ଢାଙ୍କୁଣୀ ଦେଇ ୩ରୁ ୪ ମିନିଟ୍ ଛାଡ଼ି ଦିଅନ୍ତୁ । ସୁଜି ଭଲଭାବରେ ଜନ୍ତି ହେଇଗଲା ପରେ ଗୋଟିଏ ପାତ୍ରରେ ସିଝା ଆଳୁ ନେଇ ସେଥିରେ ପ୍ରସ୍ତୁତ ହୋଇଥିବା ଆଣକୁ ପକାନ୍ତୁ । ଟିକି ଟିକି କଟାଯାଇଥିବା ୨ଟା କଞ୍ଚା ଲଙ୍କା, ଗୋଟେ ଛୋଟ ଚାମଚ ଜିରା, ଚାଟ୍ ମସଲା, ଲଙ୍କା ଗୁଣ୍ଡ ବା ରେଡ୍ ଚିଲି ଫ୍ଲେକ୍ସ, ଅଦା-ରସୁଣ ପେଷ୍ଟ୍, ଅଧା ଚାମଚ ହଳଦୀ ଗୁଣ୍ଡ, ୨ ଚାମଚ ଛୋଟ ଛୋଟ କଟାଯାଇଥିବା ଧନିଆପତ୍ର, ୨ ବଡ଼ ଚାମଚ କର୍ଣ୍ଣଫ୍ଲୋର୍ ପାଉଡ଼ର୍ ବା ମଇଦା ବା ଚାଉଳ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ମିଶାଇ ଜନ୍ତା ଆଣଟିକୁ ଭଲକରି ଆଉଥରେ ଚକଟି ଦିଅନ୍ତୁ । ମନେରଖିବେ ଆଣ ଚକଟିବା ପୂର୍ବରୁ ହାତରେ ଟିକେ ତେଲ ଲଗେଇ ଥିବେ ।

ଏବେ ଗୋଟିଏ ଟ୍ରେ ନିଅନ୍ତୁ । ସେଥିରେ ଟିକେ ତେଲ ବା ଲହୁଣୀ କିମ୍ବା ଘିଅ ବୋଲି ଦିଅନ୍ତୁ । ଟ୍ରେରେ ଜନ୍ତିଥିବା ଆଣକୁ କେକ୍ ଆକାରକୁ ଆଣନ୍ତୁ । ଏବେ ସେ ଟ୍ରେକୁ ଫ୍ରିଜରେ ରଖିଦିଅନ୍ତୁ । ପ୍ରାୟ ୨୫ ମିନିଟ୍ ପରେ କାଢି ତାକୁ ନିଜ ଇଚ୍ଛା ମୁତାବକ ଆକାରରେ କାଟି ସ୍ୟାଲୋ ଫ୍ରାଏ କରିପାରିବେ । ଫ୍ରାଏ ପାଇଁ କରେଇରେ ୪ରୁ ୫ ଚାମଚ ରିଫାଇନ୍ ତେଲ ନିଅନ୍ତୁ । ମିଡ଼ିୟମ ଆଁଚରେ କେକଟିକୁ ଭାଜି ଦିଅନ୍ତୁ । ଆପଣ ଚାହିଁଲେ ତେଲରେ ଛାଣି ବି ପାରିବେ । ପ୍ରସ୍ତୁତ ହେଇଗଲା ଆପଣଙ୍କ ଗରମାଗରମ କ୍ରିସ୍ପି ରାୱା କେକ୍ । ପରଷିଲାବେଳେ ଟମାଟୋ ସସ୍ ମଧ୍ୟ ପକାଇ ପାରିବେ।

Leave A Reply

Your email address will not be published.