ନାସିକ: ନାସିକର ବିଂଚୁର କୃଷକମାନେ ସେମାନଙ୍କ ଅଙ୍ଗୁର ଚାଷକୁ ବଂଚାଇବା ପାଇଁ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ୩.୫ ଏକର ଜାଗାରେ ଏହି ଅଙ୍ଗୁର ଚାଷ କରାଯାଇଥିଲା । ପ୍ରବଳ ଖରା ଯୋଗୁ ଅଙ୍ଗୁର କଳା ପଡିବା ଆରମ୍ଭ ହୋଇଥିଲା । ଏହାକୁ ଦେଖି କୃଷକମାନେ ସମ୍ପୂର୍ଣ୍ଣ ଅଂଚଳକୁ ଶାଢ଼ୀରେ ଘୋଡାଇ ଦେଇଥିଲେ । ଏଥିପାଇଁ ସେମାନଙ୍କୁ ୧.୨୫ ଲକ୍ଷ ଟଙ୍କା ମୂଲ୍ୟର ପାଖାପାଖି ୫ ହଜାର ଶାଢ଼ୀର ଆବଶ୍ୟକତା ପଡିଥିଲା । ଏଠାରେ ସୋନାକା ନାମକ ଦାମୀ ଅଙ୍ଗୁର ଚାଷ କରାଯାଉଥିଲା ।
ଆଉ ୧୦ ରୁ୧୫ ଦିନ ମଧ୍ୟରେ ଅଙ୍ଗୁର ତୋଳାଯିବ । ସେ ସମୟ ତକ ସୂର୍ଯ୍ୟକିରଣରୁ ରକ୍ଷା କରିବା ସେମାନଙ୍କ ପାଇଁ ଚ୍ୟାଲେଞ୍ଜ ଥିଲା । ୨୫ ଲୋକ ପ୍ରତି ଦିନ ୫ରୁ୬ ଘଂଟା ପରିଶ୍ରମ କରି ସମ୍ପୂର୍ଣ୍ଣ ଅଂଚଳରେ ଶାଢ଼ୀ ବାନ୍ଧିଥିଲେ । ନାସିକରେ ପ୍ରାୟତଃ ୧.୭୫ ଲକ୍ଷ ଏକର ଜମିରେ ବିଭିନ୍ନ କିସମର ଅଙ୍ଗୁର ଚାଷ କରାଯାଇଥାଏ ।
Comments are closed.