ନୂଆଦିଲ୍ଲୀ: ମୁମ୍ବାଇ ୨୬/୧୧ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ତଥା ପାକିସ୍ତାନୀ ଆତଙ୍କୀ ହାଫିଜ ସଇଦକୁ ୩୧ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି । ପାକିସ୍ତାନ ଆତଙ୍କବାଦୀ ନିରୋଧୀ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଆତଙ୍କବାଦୀ ସଂଗଠନକୁ ଫଣ୍ଡିଂ କରିବା ଅଭିଯୋଗ ମଧ୍ୟ ତାଙ୍କ ନାମରେ ଥିଲା । କୁଖ୍ୟାତ ହାଫିଜ ଲଶ୍କର ଇ ତୋଇବା ଓ ଜମାତ ଉଦ ଦାୱାର ଗ୍ରୁପର ମୁଖ୍ୟ ଦାୟିତ୍ୱ ତୁଲାଉଥିଲେ ।
କୋର୍ଟ ତାଙ୍କୁ ୩ଲକ୍ଷ ୪୦ ହଜାର ଟଙ୍କା ଜରିମାନା ଓ ସେ ପରିଚାଳନା କରୁଥିବା ମାଦ୍ରାସା ଓ ମସଜିଦ ମାଲିକାନାରୁ ମଧ୍ୟ ତାଙ୍କଠାରୁ ଛଡାଇ ନିଆଯାଇଛି । ଆମେରିକା ଏହି ଅପରାଧୀ ବିରୋଧରେ ୧କୋଟି ଟଙ୍କାର ପୁରସ୍କାର ରାଶି ରଖିଛି । ହାଫିଜଙ୍କ ଓକିଲ ଏହି କେସରେ ଦୃଢ଼ତା ସହକାରେ କହିଛନ୍ତି ସେ ବେଶୀ ଦିନ ଜେଲରେ ରହିବେ ନାହିଁ ।
Comments are closed.