Latest Odisha News

BREAKING NEWS

ୟୁକ୍ରେନ ସଙ୍କଟ ଭିତରେ ଆମେରିକାରେ ରାଜନାଥ ଏବଂ ଜୟଶଙ୍କର

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆମେରିକାର ରାଜଧାନୀ ୱାଶିଂଟନରେ ପହଞ୍ଚିଛନ୍ତି। ଆଜି ଏହି ଦୁଇ ନେତା ପ୍ରତିପକ୍ଷ ମନ୍ତ୍ରୀଙ୍କ ସହିତ ୨+୨ ମନ୍ତ୍ରୀସ୍ତରୀୟ ଆଲୋଚନାରେ ଯୋଗ ଦେବେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ସୋମବାର ହ୍ୱାଇଟ ହାଉସରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭର୍ଚୁଆଲ ବୈଠକ କରିବେ, ଯାହା ୨+୨ ମନ୍ତ୍ରୀସ୍ତରୀୟ ଆଲୋଚନା ଉପରେ ରହିବ। ୟୁକ୍ରେନ ସଙ୍କଟ ଭିତରେ ଏହି ୨ + ୨ ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେଉଛି । ଏହି ଦ୍ୱିପାକ୍ଷିକ ଆଲୋଚନା ଉଭୟ ସରକାରଙ୍କ ଗୁରୁତ୍ୱକୁ ପ୍ରତିଫଳିତ କରିବ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ହ୍ୱାଇଟ୍ ହାଉସରେ ଆମେରିକାର ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ୍ ଓ ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନଙ୍କ ସହ ବୈଠକରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ଏହି ଚାରି ଜଣ ମନ୍ତ୍ରୀ ଭର୍ଚୁଆଲରେ ମୋଦୀ-ବାଇଡେନଙ୍କ ଭର୍ଚୁଆଲ୍ ବୈଠକ ପାଇଁ ହ୍ୱାଇଟ୍ ହାଉସ୍ ଯିବେ। ଯେଉଁଥିରେ ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଉପସ୍ଥିତ ରହିବେ।

ହ୍ୱାଇଟ୍ ହାଉସର ପ୍ରେସ୍ ସେକ୍ରେଟାରୀ ଜେନ୍ ସାକ୍ସ ଏହି ସୂଚନା ଦେଇଛନ୍ତି । ମୋଦୀ ଓ ବାଇଡେନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ, କୋଭିଡ ମହାମାରୀକୁ ଶେଷ କରିବା ପାଇଁ, ଜଳବାୟୁ ସଙ୍କଟ ବିରୋଧରେ ଲଢ଼େଇ, ବିଶ୍ୱ ଅର୍ଥନୀତି ଏବଂ ସୁରକ୍ଷାକୁ ସୁଦୃଢ଼ କରିବା ଲାଗି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆଲୋଚନା ହେବ । ୨+୨ ମନ୍ତ୍ରୀସ୍ତରୀୟ ବୈଠକ ଅପରାହ୍ନରେ ହେବ।

Comments are closed.