Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର, ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

ଭଦ୍ରକ : ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର । ନଗଦ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାସ୍ତା ମଝିରେ ସେକ୍ସନ ଅଫିସରଙ୍କୁ ମାଡି ବସିଲା ଭିଜିଲାନ୍ସ । ଭଦ୍ରକ ଧୂସୁରୀ ସଆଁଁଳପୁର ସ୍ଥିତ ଆଇ ଜି ଏମ କଲେଜରେ ସେକ୍ସନ ଅଫିସର ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି । ତାଙ୍କଠାରୁ ୧୦ ହଜାର ଟଙ୍କା ଜବତ କରିବା ସହ ପଚରା ଉଚରା ଜାରି ରଖିଛି ଭିଜିଲାନ୍ସ ବିଭାଗ ।

ସୂଚନା ଅନୁସାରେ ଆଇ ଜି ଏମ ଇ କଲେଜର ପୂର୍ବତନ କର୍ମଚାରୀ ପ୍ରଫୁଲ୍ଲ କୁମାର ପୃଷ୍ଟିଙ୍କର ୨୦୨୦ ମସିହାରେ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ଗ୍ରାଚ୍ୟୁଇଟି ଓ ଅନ୍ୟାନ୍ୟ ବିଲ ବାବଦକୁ ଟଙ୍କା ବକେୟା ରହିଛି । ତେବେ ଅନେକ ଥର ମୃତକଙ୍କ ପୁଅ ପୀୟୁଷ ପ୍ରତୀକ ପୃଷ୍ଟି ସେକ୍ସନ ଅଫିସର ପ୍ରଭାତ କୁମାର ନାୟକଙ୍କ ସହ ଯୋଗାଯୋଗ କରିଥିଲେ ।

ପ୍ରଭାତ ମଧ୍ୟ ପୂର୍ବରୁ କାମ କରାଇଦେବା କହି ବହୁବାର ଟଙ୍କା ନେଇଥିଲେ । ଶେଷରେ ଆଜି ବାଲେଶ୍ୱରରୁ ଫେରିବା ବେଳେ ଆରଡି ଛକ ନିକଟରେ କାର ଅଟକାଇ ମୃତକଙ୍କ ପୁଅଙ୍କ ନିକଟରୁ ୧୦ ହଜାର ଟଙ୍କା ନେଉଥିଲେ । ପୂର୍ବରୁ ଯୋଜନା ମୁତାବକ ଭିଜିଲାନ୍ସ କର୍ମଚାରୀ ମାନେ ଲୁଚି ରହିଥିଲେ ଓ ଟଙ୍କା ନେବା ମାତ୍ରେ ପ୍ରଭାତ ନାୟକଙ୍କୁ ଧରି ଦେଇଥିଲେ । ଭିଜିଲାନ୍ସ ଅଫିସ ତରଫରୁ ଅଧିକ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.