Latest Odisha News

ପୂର୍ବତନ ପୋଲିସ ଡିଜିପି ଅଭୟ ହେଲେ ଓଡିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ଅଧ୍ୟକ୍ଷ

ଭୁବନେଶ୍ୱର : ପୂର୍ବତନ ପୋଲିସ ଡିଜିପି ଅଭୟ ହେଲେ ଓଡିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ଅଧ୍ୟକ୍ଷ । ରାଜ୍ୟ ସରକାର ଅଭୟଙ୍କୁ ଷ୍ଟାଫ୍‌ ସିଲେକ୍ସନ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ।ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଏହି ପଦବୀରେ ସେ ୫ ବର୍ଷ ଯାଏ କାମ କରିବେ ।

ପୂର୍ବରୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ଅଭୟ ।ସୂଚନା ଅନୁସାରେ ସେ ଡିଜିପି ପଦରୁ ଅବସର ନେଇଥିଲେ । ତାଙ୍କ କାର୍ଯ୍ୟକାଳ ପୁରଣ ହେବା ପରେ ତାଙ୍କ ସ୍ଥାନରେ ସୁନୀଲ ବଂଶଲ ପୋଲିସ ଡିଜି ହୋଇଛନ୍ତି ।

ପୂର୍ବତନ ପୋଲିସ ଜିଡି ଅଭୟଙ୍କୁ ରାଜ୍ୟ ସରାକାର୨୦୨୨ରେ ନୂଆ ଦାୟିତ୍ୱ ଦେଇଥିଲେ । । ଅଭୟଙ୍କୁ ଏସଟିଏଫ୍ ନାର୍କୋଟିକ୍ସ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା ।ନୂଆ ବର୍ଷରେ ଏହି ନୂଆ ଦାୟିତ୍ୱ ନେଇ କର୍ମମୟ ଜୀବନ ଆରମ୍ଭ କରିଥିଲେ ଅଭୟ ।

 

Leave A Reply

Your email address will not be published.