Latest Odisha News

ଆସନ୍ତା ୨୦ରୁ କଡ଼ାକଡ଼ି ଚେକିଂ ହେବ ସ୍କୁଲ ଯାନବାହନ

ଭୁବନେଶ୍ୱର: ଆସନ୍ତା ୨୦ରୁ କଡ଼ାକଡ଼ି ହେବ ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଅନ୍ୟ ଯାନବାହାନ ଚେକିଂ। ୨୦ରୁ ୨୭ ତାରିଖ ଯାଏଁ ହେବାକୁ ଥିବା ଏହି ସ୍ପେଶାଲ ଡ୍ରାଇଭରେ ସବୁ ପ୍ରକାର ଗାଡ଼ିର ଫିଟେନସ୍, ପରମିଟ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯିବ।

ଗାଡ଼ିରେ କ୍ଷମତା ଠାରୁ ଅଧିକ ସଂଖ୍ୟାରେ ପିଲା ପରିବହନ, ଚାଳକଙ୍କ ଲାଇସେନ୍ସ ଆଦି ଯାଞ୍ଚ୍ କରାଯିବ। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସବୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।

ସ୍କୁଲ ପିଲାଙ୍କ ସୁରକ୍ଷିତ ପରିବହନ ହେଉଛି ଏଭଳି ପଦକ୍ଷେପର ଉଦ୍ଦେଶ୍ୟ। ଏହି ସପ୍ତାହବ୍ୟାପୀ ଯାଞ୍ଚ ପରେ ୨୮ ତାରିଖରେ ରିପୋର୍ଟ ଦେବାକୁ ଆଞ୍ଚଳିକପରିବନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.