କୋଲକାତା: ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବାକୁ ପ୍ରସ୍ତୁତ ଥିବା କୁହାଯାଉଛି । ଅନ୍ୟପଟେ ପଶ୍ଚିମବଙ୍ଗରେ ଟିଏମସିକୁ ସଫଳତା ଦେବାରେ ପ୍ରଶାନ୍ତଙ୍କର ଗୋଟିଏ ବଡ ଭୂମିକା ରହିଛି । ଅନ୍ୟପଟେ ଏବେ ଟିଏମସି ଏବଂ କଂଗ୍ରେସ ପରସ୍ପରର ବିରୋଧୀ । ସାରା ଦେଶରେ କଂଗ୍ରେସ ନେତାଙ୍କୁ ଆମଦାନୀ କରି ଟିଏମସି ବିଭିନ୍ନ ରାଜ୍ୟରେ ପଦ ଚିହ୍ନ ରଖିବାକୁ ପ୍ରୟାସ କରୁଛି । ତେଣୁ ଏହାକୁ ନେଇ ଟିଏମସିର ଆପତ୍ତି ଥାଇପାରେ ବୋଲି ଚର୍ଚ୍ଚା ହେଉଛି ।
ଏହାରି ଭିତରେ ଟିଏମସିର ସାଧାରଣ ସମ୍ପାଦକ କୁନାଲ ଘୋଷ କହିଛନ୍ତି ଯେ ପ୍ରଶାନ୍ତ କିଶୋର ଟିଏମସିରେ ଯୋଗ ଦେଇନାହାନ୍ତି । ସେ ଜଣେ ରାଜନୈତିକ ରଣନୀତିକାର । ସେ ଯେକୌଣସି ରାଜନୈତିକ ଦଳ ସହ କଥା ହୋଇପାରିବେ। କଂଗ୍ରେସର ବିଫଳତାର ଇତିହାସ ରହିଛି। ଯଦି କଂଗ୍ରେସ ନିଜକୁ ଆଗକୁ ବଢ଼ିବାକୁ ଚାହେଁ, ତେବେ ପ୍ରଶାନ୍ତଙ୍କ ଜରିଆରେ ଦଳ ଆଗକୁ ବଢ଼ିପାରେ। ବିଜେପିକୁ ହରାଇବା ଟିଏମସିର ମୁଖ୍ୟ ଲକ୍ଷ୍ୟ ରହିଛି । ପଶ୍ଚିମବଙ୍ଗରେ ଯେମିତି ଟିଏମସିର ସ୍ଥିତି ମଜବୁତ ରହିଛି। ସେହିପରି ଅନ୍ୟ ରାଜ୍ୟରେ ଯଦି କଂଗ୍ରେସ ଭାବୁଛି ଯେ ସେମାନେ ବିଜେପିକୁ ପରାସ୍ତ କରିପାରିବେ, ତେବେ ଏହା ସ୍ୱାଗତଯୋଗ୍ୟ ବୋଲି କୁନାଲ ଘୋଷ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରଶାନ୍ତ କିଶୋର କଂଗ୍ରେସରେ ମିଶିବାକୁ ନେଇ ଅନେକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇସାରିଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଦ୍ୱାରା ନିଯୁକ୍ତ ଏକ କମିଟି ପ୍ରଶାନ୍ତ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦେଇଥିବା ସୁପାରିସ ଉପରେ ସମୀକ୍ଷା କରୁଛି । ଦୁଇ ବରିଷ୍ଠ ନେତା ଏ. କେ. ଆଣ୍ଟୋନୀ ଏବଂ ଦିଗବିଜୟ ସିଂହ ସୋନିଆ ଗାନ୍ଧୀଙ୍କୁ କହିଛନ୍ତି ଯେ ପ୍ରଶାନ୍ତ କିଶୋରଙ୍କ ପରାମର୍ଶ ସ୍ୱାଗତଯୋଗ୍ୟ ଏବଂ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରାଯିବା ଉଚିତ । କିନ୍ତୁ ତାଙ୍କୁ ଜଣେ ପଦାଧିକାରୀ କିମ୍ବା ବରିଷ୍ଠ ଦଳ ନେତାର ଦାୟିତ୍ୱ ଦେବା ଠିକ ନୁହେଁ କାରଣ ଏହା ଦଳରେ ବିଶୃଙ୍ଖଳା ସୃଷ୍ଟି କରିବ।
୨୦୨୪ ନିର୍ବାଚନରେ କଂଗ୍ରେସ ୩୬୫-୩୭୦ ଲୋକସଭା ଆସନ ଉପରେ ଗୁରୁତ୍ୱ ଦେବା ସହ ଯେଉଁ ରାଜ୍ୟରେ ପ୍ରଥମ କିମ୍ବା ଦ୍ୱିତୀୟ ସ୍ଥାନରେ ରହିଛି ସେଠାରେ ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବାକୁ ପ୍ରଶାନ୍ତ କିଶୋର ପରାମର୍ଶ ଦେଇଥିବା ଜଣାପଡ଼ିଛି।
Comments are closed.