Latest Odisha News

କବିତା : ନିଖୋଜ ସକାଳ ପାଇଁ

ମାନସ ରଂଜନ ମହାପାତ୍ର 

କାଲିଠୁ ବେମାର ଥିଲ
କେଉଁ ଡାକ୍ତରଖାନାରେ
ଏବେ ଖବର ଆସିଲା ,ଚାଲିଗଲ
ଅନନ୍ତ ଯାତ୍ରାରେ

ମତେ ଜାଣିଥିବା ଲୋକମାନେ ଏବେ
ଉଭାନ ହେଇଯାଉଛନ୍ତି ଅଚାନକ ପୃଥିବୀରୁ
କେଉଁ ଅଜଣା ଟାଉନବସରେ
ଗୋଟେ ଦିନ ଆସିବ,ମତେ
ଚିହ୍ନିପାରିବେ ନାହିଁ କେହି ପରିଚିତ ଛକମାନଙ୍କରେ
ରାଜଧାନୀରେ
ମୁଁ କେବଳ ବୁଲୁଥିବି ଏକୁଟିଆ
ପିନ୍ଧି ମୋର ପୁରୁଣା ହାୱାଇ ଚପଲ ଓ ଟ୍ରାଉଜର
ପରବର୍ତ୍ତୀ ସମୟକୁ ପରିଚୟ ଦେଉଥିବି ନିଜର
ବିକଳରେ,ଅବେଳରେ

ଭାଇନା,କେଉଁଠି ଆମେ ଦେଖାହେବା କହିଲ
ସେଇ ଅଜଣା ସହରେ
ଆସନ୍ତାକାଲି , କେତେବେଳେ ?

୯୮୯୧୯୪୬୧୭୮

Leave A Reply

Your email address will not be published.