Latest Odisha News

BREAKING NEWS

ମିଳିଗଲା କି ପରଗ୍ରହୀଙ୍କ ଠିକଣା !

ଭୁବନେଶ୍ୱର: ପରଗ୍ରହୀ ବା ଏଲିୟନ୍ସଙ୍କ ଠିକଣା ମିଳିଥିବା ନେଇ ଜଣେ ବୈଜ୍ଞାନିକ ଦାବୀ କରିଛନ୍ତି । ତାଙ୍କର ଏହି ଦାବୀ ପରେ ରହସ୍ୟ ଅନାବୃତ ହେବ ବୋଲି ଆଶା କରାଯାଉଛି । ପୂର୍ବରୁ ୟୁଏଫଓ ଓ ଏଲିୟନ୍ସକୁ ଦେଖିଥିବା ନେଇ ଦାବୀ ହେଉଥିଲେ ମଧ୍ୟ କୌଣସି ବଳିଷ୍ଠ ପ୍ରମାଣ ମିଳିପାରି ନାହିଁ । ତେବେ ନିକଟରେ ଏ ନେଇ ବୃହସ୍ପତିର ଉପଗ୍ରହ ୟୁରୋପାରେ ବୈଜ୍ଞାନିକମାନେ କିଛି ପ୍ରମାଣ ପାଇଥିବା ଦାବୀ କରିଛନ୍ତି । ଏଠାରେ କେବଳ ବରଫ ଥିଲେ ମଧ୍ୟ ଏହା ତଳେ ଭଲ ପାଣି ରହିଥିବା ନେଇ ସେମାନେ ଆଶା ବ୍ୟକ୍ତ କରିଛନ୍ତି । ୟୁରୋପାର ଭୌଗଳିକ ସ୍ଥିିତି ଗ୍ରୀନଲାଣ୍ଡ ସହ ମେଳ ଖାଉଥିବାରୁ ଜୀବନ ସମ୍ଭବ ବୋଲି ଦାବୀ କରିଛନ୍ତି ।

ବୈଜ୍ଞାନିକ ଗ୍ରେଗର ଷ୍ଟିନବ୍ରୁଗଙ୍କ ମତରେ ୟୁରୋପାରେ ଗତୀଶୀଳ ପ୍ରକ୍ରିୟା ଉପରେ ଏବେ ବିଶେଷ ଗବେଷଣା କରାଯାଉଛି । ଏଠାରେ ମିଳିଥିବା ଡବଲ ରିଜର ଉଚ୍ଚତା ପ୍ରାୟତଃ ଏକ ହଜାର ଫୁଟ ଓ ଲମ୍ବ ଅଧା ମାଇଲ ହେବ । ଷ୍ଟାନଫୋର୍ଡ ୟୁନିଭରସିଟିର ପ୍ରଫେସର ଜଷ୍ଟିନ ଶ୍ରେୟଡରଙ୍କ ମତରେ ଯଦି ବରଫ ତଳେ ପାଣି ଥିବ ତାହା ହେଲେ ଜୀବନ ଧାରଣ ସମ୍ଭବ । ଅବଶ୍ୟ ପରଗ୍ରୀହଙ୍କ ଉପରେ ଅନେକ କାହାଣୀ ଏବଂ ଥିଓରି ପୂର୍ବରୁ ପ୍ରକାଶିତ ହୋଇ ସାରିଛି । ତେବେ ଏ ସବୁ ସତ୍ୱେ ଜୀବନ ଧାରଣ ସମ୍ଭବ ନେଇ କୌଣସି ପ୍ରମାଣ ମିଳିପାରି ନାହିଁ ।

Comments are closed.