Latest Odisha News

ଜଳୁଛି ରାଜଧାନୀ : ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର : ସବୁଠୁ ଉତ୍ତପ୍ତ ସହର ରାଜଧାନୀ । ତତଲା କଡେଇରେ ସିଝୁଛି ଓଡିଶା । ସାରା ରାଜ୍ୟରେ ଅସହ୍ୟ ଗରମ ଜନଜୀବନ ଅସ୍ତବ୍ୟସ୍ତ କରିପକାଇଲାଣି । ଆଜି ଭୁବନେଶ୍ୱରର ତାପମାତ୍ରା ୪୧.୭ ରହିଛି ।

ଯାହାକି ଚଳିତ ବର୍ଷର ସର୍ବାଧିକ ।ସେହିପରି ଗତକାଲି ଭୁବନେଶ୍ୱର ତାପମାତ୍ରା ୪୦.୮ ରେକର୍ଡ କରାଯାଇଥିଲା । ଗତ କାଲିର ରେକର୍ଡ ଭାଙ୍ଗିଲା ଆଜିର ରେକର୍ଡ ।ଫଳରେ ଲୋକମାନେ ଘରୁ ବାହାରିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି ।ଗରମ ସାଙ୍ଗକୁ ରାସ୍ତା ଝାଞ୍ଜି ପିଟୁଛି ।

ସେହିପରି ଆଜି ଭଦ୍ରକରେ ତାପମାତ୍ରା,୪୦.୫ , ତାଳଚେରରେ, ୪୦.୩,ଯାଜପୁରରେ ୪୦.୨, ଢେଙ୍କାନାଳରେ ୪୧.୫, ଦେଓଗଡରେ ୪୧.୫, ନୂଆପଡାରେ ୪୦.୨, ଜଗତସିଂହପୁରରେ ୪୦.୨, ସୋନପୁରରେ ୪୦.୭,ବୌଦ୍ଧରେ ୪୧.୫, ପାରଳାଖେମୁଣ୍ଡିରେ ୪୧.୦, ଟିଟିଲାଗଡରେ ୪୦.୪, ବଲାଙ୍ଗୀର, ୪୧, ସୁନ୍ଦରଗଡ ୪୦, ସମ୍ବଲପୁର୪୦.୫, ଝାରସୁଗୁଡା ୪୦.୩ , ବାରିପଦା୪୧, ଅନୁଗୁଳ ୪୨.୧ ରେକର୍ଡ କରାଯାଇଛି ।ଆଜି ଓଡିଶାର ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ରାଜ୍ୟର ୯ ଟି ଜିଲ୍ଲାର ତାପମାତ୍ରା ୪୧ ଡିଗ୍ରୀ ଉପରେ ଥିଲା ।

Leave A Reply

Your email address will not be published.