Latest Odisha News

BREAKING NEWS

ମନୋରଞ୍ଜନ ହୋତା ‘ଓଡ଼ିଆ ଗୀତିକବି ସମାଜ ସମ୍ମାନ’ରେ ସମ୍ମାନିତ

କଟକ : ଓଡ଼ିଆ ଗୀତିକବି ସମାଜର ୨୯ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଶତାଦ୍ଦୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରର ବିଶିଷ୍ଟ ଗୀତିକାର ମନୋରଞ୍ଜନ ହୋତାଙ୍କୁ ‘ଓଡ଼ିଆ ଗୀତିକବି ସମାଜ ସମ୍ମାନ’ରେ ସମ୍ମାନିତ କରାଯାଇଛି। ଏହା ସହ ସମାଜ ପକ୍ଷରୁ ସ୍ମରଣୀକା -୨୦୨୧କୁ ମଧ୍ୟ ଉନ୍ମୋଚନ କରାଯାଇଛି ।

ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଲିଙ୍ଗରାଜ ରଥଙ୍କ ସଭାପତିତ୍ୱରେ ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ଏହି ସମାରୋହର ଗୀତିକବିତା ପାଠୋତ୍ସବରେ ଆଖିଳ କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ବାବାଜୀ ଚରଣ ଜେନା ସଞ୍ଚାଳନା କରିଥିବା ବେଳେ ଗୋପକୃଷ୍ଣ ନାୟକ, ପ୍ରମିଳା ପତି, ସୌଦାମିନୀ ବେହେରା ଓ ରାଜା ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ପ୍ରମୁଖ ସଂଯୋଜନା କରିଥିଲେ।

ସେହିପରି ଦ୍ଵିତୀୟ ଅଧିବେଶନକୁ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ ଉଦଘାଟନ କରିଥିଲେ ଏବଂ ଜଷ୍ଟିସ ଅରୁନ କୁମାର ପରିଚ୍ଛା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି , ସାହିତ୍ୟିକ ତଥା ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Comments are closed.