Latest Odisha News

BREAKING NEWS

ପିସିସି ସଭାପତିଙ୍କ ନୋଟିସର ଜବାବ ରଖିଲେ ସୁର ରାଉତରାୟ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ସଭାପତି କିଏ ହେବେ ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନିଅନ୍ତି । ରାଜ୍ୟରେ ପିସିସି ପରିବର୍ତ୍ତନ ହେବ ବୋଲି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଏହି ବୟାନ ଚର୍ଚ୍ଚା ବଢାଇଥିଲା । ହେଲେ ଆଜି ପ୍ରଭାରୀ ଚେଲ୍ଲା କୁମାର ଆସି ବିଧାୟକ ମାନଙ୍କ ସହିତ ଓ୍ୱାନ ଟୁ ଓ୍ୱାନ ଆଲୋଚନା କରୁଥିବା ବେଳେ ପିସିସି ସଭାପତି ସୁର ରାଉତ ରାୟଙ୍କୁ ଏଭଳି ମନ୍ତବ୍ୟ ପଛର ସ୍ପଷ୍ଟୀକରଣ ରଖିବାକୁ କହିଥିଲେ।

ଜବାବରେ ସୁରେଶ ରାଉତରାୟ କହିଛନ୍ତି, ପିସିସି ସଭାପତିଙ୍କ ଚିଠି ପାଇଛି। ମୁଁ ଉତ୍ତର ଦେବି। ସେଭଳି କିଛି ବିରାଟ ଭୁଲ ମୁଁ କରିନି । ନିରଞ୍ଜନ ପଟ୍ଟନାୟକ ଏବଂ ଜୟଦେବ ଜେନା ଏପରି ମନ୍ତବ୍ୟ ପୂର୍ବରୁ ଦେଇଥିଲେ। ନିରଞ୍ଜନ ନିଜେ କହିଥିଲେ ମୁଁ ବିଦା ହୋଇଛି ନବୀନ ନିବାସରୁ। ଜୟଦେବ ମଧ୍ୟ କହିଥିଲେ ଓଡିଶାରେ କଂଗ୍ରେସ ସଭାପତି ନବୀନ ସ୍ଥିର କରନ୍ତି । ପୂର୍ବରୁ ଅନେକ ନେତା ତାଙ୍କ ଭଳି ବୟାନ ଦେଇଥିଲେ। ହେଲେ କେବଳ ତାଙ୍କୁ କାହିଁକି ନୋଟିସ ବୋଲି ପଚାରିଛନ୍ତି । ଲୋକମାନେ ମୋର କଥାକୁ ଅଧିକ ଗ୍ରହଣ କରୁଛନ୍ତି ଏହା ତାଙ୍କ ଦେହରେ ଯାଉନି। ଆକ୍ରୋଶ ମୂଳକ ଭାବରେ ଏଭଳି ନୋଟିସ ପଠାଯାଇଛି ବୋଲି ସୋନିଆ କହିଛନ୍ତି।

ସେହିପରି ନିରଞ୍ଜନ ତାଙ୍କ କାରଣ ଦର୍ଶାଅ ନୋଟିସରେ ଲେଖିଥିଲେ ଯେ ସୁରେଶ ରାଉତ ରାୟ ଦଳର ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ସାର୍ବଜନୀନ କରି ଦଳର ଭାବମୂର୍ତି ନଷ୍ଟ କରୁଛନ୍ତି । ଯାହାର ଜବାବ ଦେବାକୁ ଯାଇ ସୁରେଶ ରାଉତରାୟ ରାଗି ଯାଇ ପାଲଟା ପଚାରିଛନ୍ତି, ପ଼ଞ୍ଚାୟତ ଓ ମ୍ୟୁନିସିପାଲ ନିର୍ବାଚନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବୁଲିଥିଲେ କି ? ସୁର ଏପରି କହି ପଚାରିଛନ୍ତି ନିରଞ୍ଜନ ସ୍ଥାନୀୟ ନିର୍ବାଚନ ବେଳେ କାହିଁକି ପ୍ରଚାର କରିନଥିଲେ ।

Comments are closed.