କାମାକ୍ଷାନଗର: ମୁକ୍ତାପଶି ଗ୍ରାମର ୨୦୧୮ ମସିହାରେ ଆଠ ବର୍ଷର ଶିଶୁ ଅପହରଣ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ହୋଇଛି । କାମାକ୍ଷାନଗର ଏସଡିଜେଏମ କୋର୍ଟ ଅଭିଯୁକ୍ତ ସତ୍ୟ ସ୍ୱରୂପ ସାହୁ ଓରଫ ବାପୁନା କୁ ଆଜୀବନ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କାର ଆର୍ଥିକ ଜରିମନା ଦେବାକୁ ଆଦେଶ ଦେଇଛନ୍ତି ।
ଆର୍ଥିକ ଜରିମନା ନ ଭରିଲେ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ରାୟ ଦେଇଛନ୍ତି କୋର୍ଟ ।
ସୂଚନାଯୋଗ୍ୟ, ୨୦୧୮ ମାର୍ଚ୍ଚ ୧୫ରେ ସତ୍ୟ ସ୍ୱରୂପ ନିଜ ଦାଦା ପ୍ରଦୀପ କୁମାର ସାହୁଙ୍କ ପୁଅ ପ୍ରବୀଣକୁ ଅପହରଣ କରି ପରିବାର ଲୋକଙ୍କୁ ଟଙ୍କା ମାଗିଥିଲା । ପରିବାର ଲୋକେ ଟଙ୍କା ନ ଦେବାରୁ, ସତ୍ୟ ସ୍ୱରୂପ ନୃଶଂସ ଭାବେ ନିଜ ଦାଦା ପୁଅ ର ଗଳା କାଟି ହତ୍ୟା କରିଥିଲା । ହତ୍ୟା ପରେ ସେ ମୃତଦେହକୁ ଏକ ଅଖାରେ ପୂରାଇ ଧାନ ଭାଡ଼ିରେ ରଖିଥିଲା ।
ଏସଡିଜେଏମ ସତ୍ୟ ନାରାୟଣ ପାତ୍ର ଦଫା ୩୬୪ ଏବଂ ୩୦୨ ଆଧାରରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ତକ୍ରାଳୀନ ଥାନାଧିକାରୀ ଲିଆଜନ ଖାନ୍ ତଦନ୍ତ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲେ ।
Comments are closed.