Latest Odisha News

କେବଳ ତୁମପାଇଁ

କେବଳ ତୁମପାଇଁ

କ୍ଷୀରୋଦିନୀ ବେହେରା

ତୁମରି ହସରେ ଦିନେ
ଛାଡି ଆସିଥିଲି
ପରିଚିତ କେଇଗୋଟି ଶବ୍ଦ
ଆଉ ପ୍ରେମ ବୋଲି
ଯାହାସବୁ ସାଉଁଟି ଧରିଲି
ସେ କେବଳ ମୋ ଅସହାୟତା
ଶବ୍ଦକୋଷରେ ତୁନି ହୋଇ ରହିଥିବା
କେଇଧାଡି ନିଦ ।

କ୍ରମଶଃ ଧୀରେଧୀରେ କମି ଆସୁଥିବା
ଆୟୁଷ ସହିତ ଏବେ
ଅତୀତଟା ଲାଗେ ଭାରି ଉଷ୍ମ
ଏବେ କହିବା ଉଚିତ ହେବନି
ତଥାପି କହିରଖେ
ଆବଶ୍ୟକତା ଥିଲା ଯେଣୁ
ତମେ ଶବାଶେଷ ।

ସ୍ମୃତିର କାନଭାସ ତଳେ
ତୁମ ପାଇଁ
ହଁ କେବଳ ତୁମପାଇଁ ପୁଣିଥରେ
ମିଳିଗଲା ମତେ ଜୀବନ୍ୟାସ
କିନ୍ତୁ,
କାଶ୍ମୀର ଘାଟି ପରେ
ଛିଡା ହୋଇଥିବା ସିପାହୀଟେ ପରି
ତୁମ ବନ୍ଧୁକ ମୁନରେ ଏବେ
ଭୁଲୁଣ୍ଠିତ ହୁଏ ମୋର ବାକିତକ ହସ ।

…………
ଅଧ୍ୟାପିକା, ଭୁବନେଶ୍ୱର

Leave A Reply

Your email address will not be published.