Latest Odisha News

[ଦେଖନ୍ତୁ ଭିଡିଓ] ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ : ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର

ପୁରୀ : ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପକୁ ନେଇ ଏବେ ବ୍ୟାକଫୁଟରେ ରାଜ୍ୟ ସରକାର ଓ ଅଡୁଆରେ ନିର୍ମାଣକାରୀ ସଂସ୍ଥା । ଗତ ଦୁଇଦିନ ତଳେ ହାଇକୋର୍ଟରେ ଏଏସଆଇ ତରଫରୁ ସତ୍ୟପାଠ ଦାଖଲ ହେବାପରେ ଏବେ ବେଆଇନ୍ ନିର୍ମାଣ ଉପରୁ ପରଦା ହଟିଛି । ଏଏସଆଇର ବିନା ଅନୁମତିରେ ନିଷେଧାଞ୍ଚଳରେ ନିର୍ମାଣ ଓ ଖନନ କାର୍ଯ୍ୟ ହୋଇଥିବାରୁ ଏବେ ସରକାର ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି ।

BjdElectrycity

ଆଜି ପୁରୀ ଆସି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ସମ୍ବିତ ପାତ୍ର । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ।  ସକାଳେ ବଡ଼ଦାଣ୍ଡରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟ ସରକାର ଜିଦଖୋର ମନୋବୃତ୍ତିର ବୋଲି କହିଛନ୍ତି । ଗତକାଲି ଦେଇଥିବା ନିଜର ପୂର୍ବ ମତକୁ ଦୋହରାଇଛନ୍ତି ସମ୍ବିତ ।

ସେପଟେ ମନ୍ଦିର ଚତୁର୍ପାଶ୍ୱରେ ଏଏସଆଇ ନିୟମକୁ ଉଲଙ୍ଘନ କରି ବେଆଇନ୍ ଖନନ ଓ ନିର୍ମାଣ କାର୍ଯ୍ୟ ବିରୁଦ୍ଧରେ ଓକିଲ ସଙ୍ଘର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଯାଇ ସ୍ଥିତି ଦେଖିବା ପରେ ଜିଲ୍ଲାପାଳଙ୍କୁ ଭେଟି ଅବଗତ କରିଥିଲା ଅଭିଯୋଗ କରିଥିଲେ ବି ପୁଲିସ୍‌ ମାମଲା ରୁଜୁ କରି ନଥିଲା। ଅଦାଲତ ଏହି ମାମଲାରେ ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପୁରୀ ଓକିଲ ସଂଘ ସିଂହଦ୍ୱାର ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ୍‌ ମାମଲା ରୁଜୁ କରି ନଥିଲା।

ଦିନକୁଦିନ ପରିକ୍ରମା ମାର୍ଗ ପ୍ରକଳ୍ପ ଏବେ ଅନିଶ୍ଚିତତା ଭିତରକୁ ଠେଲି ହେଉଥିବା ବେଳେ ରାଜ୍ୟ ସରକାର ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ନଦେବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ସାଧାରଣରେ ଦାବି ହୋଇଛି।

Leave A Reply

Your email address will not be published.