Latest Odisha News

BREAKING NEWS

କୋରାପୁଟ : ୨ ନକଲି ମାଓବାଦୀଙ୍କୁ ଗିରଫ କଲା ପୋଲିସ

ଜୟପୁର : କୋରାପୁଟ ଜିଲ୍ଲାରେ ୨ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି କୋରାପୁଟ ପୋଲିସ ।

ପୋଲିସ ଦ୍ୱାରା ଗିରଫ ହୋଇଥିବା ୨ ଜଣ ଅଭିଯୁକ୍ତ ହେଲେ ସନ୍ତୋଷ ସ୍ୱାଇଁ ଯିଏକି ଫାମ୍ପୁଣି ଇଞ୍ଜିନିୟରିଂ କଲେଜରେ ଅଧ୍ୟାପନା କରନ୍ତି ଏବଂ ଅନ୍ୟ ଜଣେ ହେଲେ ଅମିର ବେହେରା, ସେ ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କର କର୍ମଚାରୀ ।

ଏହି ୨ଜଣ ଅଭିଯୁକ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ କଣ୍ଟ୍ରାକ୍ଟର ମାନଙ୍କ ଠାରୁ ଧମକାଇ ଓ ନିଜକୁ ମାଓବାଦୀ ଭାବେ ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ବେଆଇନ ଭାବେ ଆଦାୟ କରୁଥିଲେ । ଟଙ୍କା ନଦେଲେ କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ଗାଡ଼ି ଗୁଡ଼ିକୁ ଜଳାଇ ଦେବାର ଧମକ ଦେଉଥିଲେ ଏହି ଅଭିଯୁକ୍ତ ନକଲି ମାଓବାଦୀମାନେ ।

ଗୋଟିଏ ସ୍ଥାନରେ ଏହିପରି ଜଣେ କଣ୍ଟ୍ରାକ୍ଟରଙ୍କୁ ଧମକଚମକ ଦେଉଥିବା ଅବସ୍ଥାରେ ପୋଲିସ ଏକ ଦଳ ଏମାନଙ୍କୁ କାବୁ କରି ଗିରଫ କରିଥିଲା ।

ସୂଚନାଯୋଗ୍ୟ, ଗତ ଜୁନ ୨୩ ତାରିଖରେ ନିଜକୁ ଜଣେ ମାଓବାଦୀ ଭାବେ ପରିଚୟ ଦେଇ ଅବଦୁଲ ଗଫର ଅହମ୍ମଦ ନାମକ ଜଣେ ବ୍ୟକ୍ତି କେନ୍ଦୁଝରରୁ ଗିରଫ ହୋଇଥିଲା ।

ସେ ଏକ ଶିଳ୍ପ କାରଖାନାରେ ନିଜକୁ ଏକ ମାଓବାଦୀ ଭାବେ ପରିଚୟ ଦେଇ ୩କୋଟି ଟଙ୍କା ଆଦାୟ କରୁଥିବା ବେଳେ କେନ୍ଦୁଝର ପୋଲିସ ହାତରେ ଧରାପଡ଼ିଥିଲା ।

Leave A Reply

Your email address will not be published.