Latest Odisha News

BREAKING NEWS

ରାଜଧାନୀରୁ ପୂର୍ବତନ କଂଗ୍ରେସ ବିଧାୟକ ନିଖୋଜ, ଥାନାରେ ଏତଲା

ଭୁବନେଶ୍ୱର: ରାଜଧାନୀରୁ ନିଖୋଜ ଆସ୍କା ପୂର୍ବତନ ବିଧାୟକ ସରୋଜ କୁମାର ପାଢୀ। ପୂର୍ବତନ କଂଗ୍ରେସ ବିଧାୟକ ତଥା 62 ବର୍ଷୀୟ ଏହି ନେତା କୁଆଡେ ଗଲେ ମିଳୁନି ପତା।

ଗୁରୁବାର ସକାଳ 8ଟା ଠାରୁ ତାଙ୍କର କୌଣସି ଖୋଜ ଖବର ମିଳୁନି। ତାଙ୍କ ୟୁନିଟ 6 ସ୍ଥିତ ରାଧାକୃଷ୍ଣଙ୍କ ଏନକ୍ଲେଭକୁ ଫେରି ନାହାନ୍ତି କି ପରିବାର ଲୋକଙ୍କ ପାଖକୁ ଯାଇନାହନ୍ତି। ଏହାପରେ ପରିବାର ଲୋକେ ଥାନାରେ ଏକ ମିିସିଂ ରିପୋର୍ଟ ଦାଖଲ କରାଯାଇଛି ବୋଲି ତାଙ୍କ ପୁଅ କ୍ୟାପିଟାଲ ଥାନାରେ ରିପୋର୍ଟ କରିଛନ୍ତି।

ତେବେ କୁଆଡେ ଓ କେମିତି ଗଲେ ସରୋଜ କୁମାର ପାଢୀ ସେ ନେଇ କିଛି ଖବର ମିଳିପାରିନାହିଁ । ଏତଲା ପରେ କ୍ୟାପିଟାଲ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। 2004ରୁ 2009 ଯାଏ କଂଗ୍ରେସରେ ଥିବା ଏହି ପୂର୍ବତନ ବିଧାୟକ ନିଖୋଜ ନେଇ ଚାରିଆଡେ ଚର୍ଚ୍ଚା ହେଉଛି। କୁଆଡେ ଗଲେ ସରୋଜ ପାଢୀ। ସେ ଜାଣିଶୁଣି କୁଆଡେ ଯାଇଛନ୍ତି ନା ତାଙ୍କୁ କେହି ଅପହରଣ କରିଛନ୍ତି ତାକୁ ନେଇ ଅନେକ ପ୍ରଶ୍ନ ।

Comments are closed.