Latest Odisha News

BREAKING NEWS

ଭାରତୀୟ ଉପକୂଳରେ ପୁଣି ମାଡ଼ି ଆସୁଛି ବାତ୍ୟା…

ମୁମ୍ବାଇ: କିଛିଦିନ ପୂର୍ବରୁ ଭାରତୀୟ ଉପକୂଳରେ ଫନୀ ବାତ୍ୟା ରଚିଥିବା ତାଣ୍ଡବ ଲୀଳାର ବିପର୍ଯ୍ୟସ୍ତ ଚିତ୍ର ନ’ଲିଭୁଣୁ ପୁଣି ଏକ ବାତ୍ୟା ଭାରତୀୟ ପଶ୍ଚିମ ଉପକୂଳରେ ଆଶଙ୍କା ସୃଷ୍ଟି କରିଛି । ବାତ୍ୟା ‘ବାୟୁ’ ଆରବସାଗରରେ କ୍ରମଶଃ ଉଗ୍ରରୂପ ଧାରଣ କରୁଥିବା ବେଳେ ଦକ୍ଷିଣ-ପୂର୍ବ ଆରବ ସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଗାମୀ କିଛି ଘଣ୍ଟା ମଧ୍ୟରେ ଡ଼ିପ୍ ଡ଼ିପ୍ରେସନରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ତେବେ ଏହି ଡ଼ିପ୍ ଡ଼ିପ୍ରେସନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ଧାରଣ କରିବ ବୋଲି ସୂଚନା ମିଳିଛି । ଏହାର ପ୍ରଭାବରେ କେରଳ ଓ କର୍ଣ୍ଣାଟକ ତଥା ମହାରାଷ୍ଟ୍ରରେ ପବନ ସହିତ ପ୍ରବଳ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଏହାବ୍ୟତୀତ, ଏହି ବାତ୍ୟା ‘ବାୟୁ’ ଯୋଗୁଁ ଅନ୍ୟ ଯେଉଁ ଅଞ୍ଚଳ ଗୁଡ଼ିକ ଅଳ୍ପ ବହୁତ ପ୍ରଭାବିତ ହେବାର ଆଶଙ୍କା ରହିଛି ସେହି ରାଜ୍ୟ ଗୁଡ଼ିକ ହେଲା – ଗୋଆ ରାଜ୍ୟ, କୋଙ୍କଣ ଏବଂ କଚ୍ଛର ମଧ୍ୟବର୍ତ୍ତୀ ଅଞ୍ଚ ।

ବାତ୍ୟା ‘ବାୟୁ’କୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନ ଲାଗି ସତର୍କ ସୂଚନା ଜାରି କରାଯାଇଛି । ମତ୍ସ୍ୟଜୀବୀ ମାନଙ୍କୁ ଗଭୀର ସମୁଦ୍ରକୁ ନ’ଯିବା ଲାଗି ପରାମର୍ଶ ଦିଆଯିବା ସହିତ ନିରାପଦ ସ୍ଥାନରେ ରହିବା ଲାଗି ଜନସାଧାରଣଙ୍କୁ ସତର୍କ ସୂଚନା ଦିଆଯାଇଛି ।

ଏହି ବାତ୍ୟା ପ୍ରଭାବରେ ଓଡ଼ିଶା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ, କାରଣ ପାଣିପାଗ କେନ୍ଦ୍ର ପକ୍ଷରୁ ସେନେଇ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ ।

Leave A Reply

Your email address will not be published.