Latest Odisha News

BREAKING NEWS

ଜୁନ୍ ୬ କିମ୍ବା ୭ ତାରିଖ ବେଳକୁ ଓଡିଶା ଛୁଇଁପାରେ ମୌସୁମୀ ବାୟୁ

ଭୁବନେଶ୍ୱର: ଏବର୍ଷ ଶୀଘ୍ର ଆସିପାରେ ମୌସୁମୀ ବାୟୁ । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୧୭ ତାରିଖ ସୁଦ୍ଧା କେରଳରେ ପହଞ୍ଚିପାରେ । ପାଗ ଅନୁକୂଳ ଓ ସବୁ ଠିକଠାକ୍ ରହିବେ ଓଡ଼ିଶା ବି ସଅଳ ଆସିବ । ଜୁନ୍ ୬ କିମ୍ବା ୭ ତାରିଖରେ ଓଡ଼ିଶାରେ ପାଦ ଥାପିବ ମୋସୁମୀ ।

ବାତ୍ୟା ଅସାନି ପ୍ରଭାବରେ ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମିଛି । କିନ୍ତୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସହରରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧ ସହରରେ ୪୦ ଡିଗ୍ରୀ ସେଲସିୟସ୍ ଉପରେ ପାରଦ ରହିଥିଲା । ଗତକାଲି ସୋନପୁରରେ ସର୍ବାଧିକ ୪୩.୩ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା ।

ଆଗୁଆ ମୌସୁମୀ ଆଗମନରେ ରାଜ୍ୟରେ ତାତିରୁ ଆଶ୍ୱସ୍ତି ମିଳିବ । ଏବେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ଗତକାଲି କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି ।

ସେହିପରି ସୁନ୍ଦରଗଡ଼, ଦେବଗଡ଼, ବଲାଙ୍ଗିର, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରର କିଛି କିଛି ସ୍ଥାନରେ ବର୍ଷା ହୋଇଛି । କାଲି ଓ ତାପରଦିନ (୧୮ ତାରିଖ) ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave A Reply

Your email address will not be published.