ଦିଲ୍ଲୀ: କଂଗ୍ରେସୀ ବରିଷ୍ଠ ନେତା ପି.ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତିଙ୍କ ଘରେ ହୋଇଛି ସିବିଆଇ ରେଡ୍ । ପୁଅ ପାଇଁ ବଢିଲା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ସମସ୍ୟା । ପୂର୍ବରୁ ଚାଲିଥିବା ବେଆଇନ୍ ଅର୍ଥ କାରବାରରେ ଆଜି ସକାଳୁ ହଠାତ ତାଙ୍କ ପଅ କିର୍ତ୍ତୀ ଚିଦାମ୍ବରଙ୍କ ଏକାଧିକ ଠିକଣାରେ ଚଢଉ କରିଛି ସିବିଆଇ ।
ଚେନ୍ନାଇ, କର୍ଣ୍ଣାଟକ, ଦିଲ୍ଲୀ ,ଓଡିଶା ସମେତ କିର୍ତ୍ତୀଙ୍କର ମୋଟ ୯ଟି ଠିକାଣା ସ୍ଥାନରେ ରେଡ ହୋଉଛି । ୨୦୧୦ରୁ ୨୦୧୪ ମସିହା ମଧ୍ୟରେ କାର୍ତ୍ତିଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଦେଶୀ ଟଙ୍କା ମାମଲାରେ ଏହି ଚଢ଼ାଉ ଚାଲିଥିବା ଜଣାପଡିଛି । ଜଣେ ବ୍ୟକ୍ତିଙ୍କଠାରୁ କାର୍ତ୍ତି ଚିଦାମ୍ବରମ ୫୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହେଉଥିବା ବେଳେ ଏହାର ବି ଖୋଳତାଡ଼ କରୁଛି ସିବିଆଇ।
Comments are closed.