Latest Odisha News

BREAKING NEWS

ଆଖଣ୍ଡଳମଣି ବାବାଙ୍କ ବିବାହ ପାଇଁ ଉଠିଲା ଲଗ୍ନ ଥାଳ

ଭଦ୍ରକ : ୨ବର୍ଷ ପରେ ଭକ୍ତଙ୍କ ଗହଣରେ ଉଠିଲା ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ଲଗ୍ନ ଥାଳ। ଚଳିତ ବର୍ଷ ବାବା ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ ଆସନ୍ତା ଜୁନ ୪ତାରିଖରେ ମହା ଆଡମ୍ବର ସହ ପରିପାଳିତ ହେବ । ଏଥିପାଇଁ ପବିତ୍ର ଚନ୍ଦନପୂର୍ଣ୍ଣିମା ଅବସରରେ ପରମ୍ପରା ଅନୁଯାୟୀ ଲଗ୍ନ ଚିଟାଉ ଥାଳ ଉଠା ନୀତି ଅନୁଷ୍ଠିତ ହୋଇଛି ।ଚଳିତବର୍ଷ ଦେବଦମ୍ପତିଙ୍କ ବିବାହ ନିମନ୍ତେ ଦୁଷ୍ମନ୍ତ ପାଢୀ ବରପିତା ଭାବେ ଚୟନ ହୋଇଥିବା ବେଳେ କନ୍ୟାପିତା ଭାବେ ବ୍ରହ୍ମପୁର ନିବାସୀ ଚନ୍ଦ୍ରଶେଖର ଦାଶ ହୋଇଛନ୍ତି।

ଗତ ୨ବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ସୀମିତ ସେବାୟତଙ୍କ ଗହଣରେ ବିବାହ ସମ୍ପନ୍ନ କରାଯାଇଥିଲା। ହେଲେ ଚଳିତବର୍ଷ ଭକ୍ତଙ୍କୁ ଏହି ବିବାହ ଉତ୍ସବରେ ସାମିଲ ହେବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିବାରୁ ଭକ୍ତଙ୍କ ଗହଣରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ।ସେହିପରି ଚଳିତବର୍ଷ ବିବାହ ଶୋଭାଯାତ୍ରାରେ ପାରମ୍ପରିକ ଲୋକବାଦ୍ୟ ପୁଣି ଦୁଲିକିବ ଆରଡିପୀଠ।

ଏଥିପାଇଁ ଜିଲାସ୍ତରୀୟ ବୈଠକ ସରିବା ପରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତିପର୍ବ। ଜୁନ ୪ରେ ଦେବଦମ୍ପତିଙ୍କ ବିବାହ ନିମନ୍ତେ ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣପତ୍ର ପୀଠ ସମେତ ଆଖପାଖ ଜିଲ୍ଲା ଦେବାଦେବୀଙ୍କ ନିମନ୍ତ୍ରଣ ପାଇଁ ସେବାୟତମାନେ ଯିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.