Latest Odisha News

BREAKING NEWS

ଇଣ୍ଡିଆନ ଗ୍ରାଁ ପ୍ରି : କମାଲ କଲେ ଶ୍ରାବଣୀ ନନ୍ଦ, ଚମକିଲେ ଆର୍ଯ୍ୟନ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରିରେ କମାଲ କରିଛନ୍ତି ଓଡିଶାର ଶ୍ରାବଣୀ ନନ୍ଦ । ମହିଳା ୨୦୦ ମିଟରରେ ଶ୍ରାବଣୀ ବିଜୟୀ ହୋଇଥିବା ବେଳେ ସରିତା ରୋମିତ ସିଂ (ୟୁପି) ହାମର ଥ୍ରୋରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ୨୦୧୮ ଜୁନ ପରେ ଶ୍ରାବଣୀ ପ୍ରଥମ ଥର ପାଇଁ ଜାତୀୟସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପଶ୍ଚିମବଙ୍ଗର ରାଜଶ୍ରୀ ପ୍ରସାଦଙ୍କ ବ୍ୟତୀତ ତାଙ୍କ ସହିତ କେହି ଟକ୍କର ଦେଇପାରି ନ ଥିଲେ । ସେ ୨୪.୦୪ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରିଥିଲେ । ରାଜଶ୍ରୀ ଦ୍ୱିତୀୟ ଏବଂ ହରିୟାଣାର ସୋନିଆ ତୃତୀୟ ସ୍ଥାନ ହାସଲ କରିଥିଲେ ।

ପୁରୁଷ ୨୦୦ ମିଟରରେ ମହାରାଷ୍ଟ୍ରର ଅକ୍ଷୟ ଅନ୍ନାପା ଶେଟ୍ଟୀ(୨୧.୮୬ ସେ.) ପ୍ରଥମ ସ୍ଥାନରେ ରହିଥିବା ବେଳେ ଓଡିଶାର ଉଦୀୟମାନ ଆଥଲେଟ ଆର୍ଯ୍ୟନ ଏକ୍କା (୨୧.୮୭) ଓ ଅମୀୟ ମଲ୍ଲିକ (୨୨.୦୦) ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିଲେ । ଅନ୍ୟ ପ୍ରମୁଖ ପ୍ରତିଯୋଗିତାରେ ତାମିଲନାଡୁର ଜି.ଦୀନଦୟାଲ ପୁରୁଷ ପୋଲ ଭୋଲ୍ଟରେ (୪.୬୦) ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

Leave A Reply

Your email address will not be published.