Latest Odisha News

BREAKING NEWS

ଜୁନ ୧ରେ ବିବାହ କରିବେ ଦୀପକ-ଜୟା: ସାମ୍ନାକୁ ଆସିଲା ବାହାଘର କାର୍ଡ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଦୀପକ ଚାହର ଜୁନ ୧ରେ ଜୟାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଗତ ବର୍ଷ ଆଇପିଏଲ ଅବସରରେ ଜୟାକୁ ପ୍ରେମ ନିବେଦନ କରିଥିଲେ ଦୀପକ । ଅଭିନେତା ସିଦ୍ଧାର୍ଥ ଭରଦ୍ୱାଜଙ୍କ ଭଉଣୀ ହେଲେ ଜୟା । ସେ ଏକ ଟେଲିକମ କମ୍ପାନୀର ଡିଜିଟାଲ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ପିଲାବେଳୁ ବାପାଙ୍କ ଦେହାନ୍ତ ପରେ ତାଙ୍କ ମାଆ ସେମାନଙ୍କୁ ଲାଲନ ପାଳନ କରିଥିଲେ । ଦୀର୍ଘ ଦିନ ଧରି ପରସ୍ପରକୁ ପ୍ରେମ କରିବା ପରେ ଉଭୟ ବିବାହ ନିମନ୍ତେ ରାଜିତ ହୋଇଥିଲେ । ଶନିବାର ଦୀପକ ଏବଂ ଜୟାଙ୍କ ବାହାଘର କାର୍ଡ ସମ୍ମୁଖକୁ ଆସିଛି ।

ଉଭୟଙ୍କ ପରିବାରବର୍ଗ ଏହି ବାହାଘର ନେଇ ଖୁସି ଅଛନ୍ତି । ଅବଶ୍ୟ ସେମାନେ ତାରିଖ ସମ୍ପର୍କରେ ଜଣାଇ ନ ଥିଲେ ମଧ୍ୟ ମିଡିଆ ରିପୋର୍ଟସ ମୁତାବକ ଏହା ସେମାନଙ୍କ ବିବାହ କାର୍ଡ । ଆଘାତ ସମସ୍ୟା ଯୋଗୁ ଦୀପକ ଚଳିତ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ କୌଣସି ମ୍ୟାଚ ଖେଳି ପାରି ନ ଥିଲେ ।

Leave A Reply

Your email address will not be published.