Latest Odisha News

BREAKING NEWS

ଶିଶୁ କବିତା : ବଗ   

ପ୍ରତିଭା ସାହୁ 

ଧୋବ ଫର ଫର ଦେହଟି ତୋର

ନାଆଁଟି ଅଟଇ ବଗ

ଦଳଦଳ ହୋଇ  ଉଡିଯାଅ ତୁମେ

ସଭିଏଁ  ଗୋଟିଏ  ଦିଗ।

 

ଲମ୍ଵାଳିଆ ବେକ ସୁନ୍ଦର ଦିଶ୍ଇ

ଲମ୍ବା  ଥଣ୍ଟ ଲମ୍ବା ଗୋଡ଼

ସକାଳୁ ସକାଳୁ  ପୋଖରୀ କୂଳରେ

ହୋଇଥାଏ ତୁମ ଭିଡ଼ ।

 

ସାଧୁ ସନ୍ଥ  ପରି ଚାଲିର ଢଙ୍ଗ

ଖାଅ ନିତି ମୀନ କୀଟ

ଏକ ଲୟ ଏକ ଧ୍ୟାନରେ ବସିଣ

ଚାହିଁଥାଅ ଖାଦ୍ୟ  ବାଟ।

 

ସଞ୍ଜ ହୋଇ ଗଲେ ନୀଳ ଆକାଶରେ

ଉଡ଼ ତୁମେ ଦଳ ଦଳ

ସତେ କି ସୁନ୍ଦର   ଦିଶୁଛି  ଆକାଶେ

କଳା ବଉଦର ମାଳ।

Leave A Reply

Your email address will not be published.