Latest Odisha News

ଓଡ଼ିଶାର ୩ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ଓଡ଼ିଶାରେ ଖାଲି ହେଇଥିବା ୩ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ଜାରି ହେଲା ବିଜ୍ଞପ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହ ଆଜିଠାରୁ ରାଜ୍ୟସଭା ନିର୍ବାଚନ ନେଇ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ୩୧ ତାରିଖ ନାମାଙ୍କର ଦାଖଲର ଶେଷ ଦିନ । ଜୁନ୍ ୧୦ ତାରିଖରେ ଓଡ଼ିଶା ସମେତ ୧୫ ରାଜ୍ୟର ୫୭ ରାଜ୍ୟସଭା ଆସନ ପାଇଁ ଭୋଟ୍ ନିଆଯିବ ।

ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ନିଆଯିବ । ଏନ୍. ଭାସ୍କର ରାଓ, ପ୍ରସନ୍ନ ଆଚାର୍ୟ୍ୟ ଓ ସସ୍ମିତ ପାତ୍ରଙ୍କ କାର୍ୟ୍ୟକାଳ ଜୁଲାଇ ୧ ତାରିଖରେ ଶେଷ ହେଉଛି । ଏହି ୩ଟି ଆସନ ପାଇଁ ନିର୍ବାଚନ ହେବ । ସଂଖ୍ୟା ଦୃଷ୍ଟିରୁ ସମସ୍ତ ୩ଟି ସିଟ୍ ଆସନରେ ବିଜେଡି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ । ତେବେ ଦଳ କାହାକୁ ପ୍ରାର୍ଥୀ କରିବ ତାଉପରେ ଏବେ ସମସ୍ତଙ୍କର ନଜର ରହିଛି ।

ଚର୍ଚ୍ଚା ହେଉଛି ସସ୍ମିତ ପାତ୍ରଙ୍କୁ ପୁଣି ଥରେ ରାଜ୍ୟସଭା ଟିକେଟ ଦେଇପାରେ ବିଜେଡି । ସେ ୨୦୧୯ରେ ରାଜ୍ୟସଭାକୁ ଯାଇଥିଲେ । ମାତ୍ର ୩ ବର୍ଷ ରହିଛନ୍ତି । ପ୍ରତାପ ଦେବଙ୍କ ସ୍ଥାନରେ ସସ୍ମିତଙ୍କୁ ରାଜ୍ୟସଭା ପଠାଇଥିଲା ଦଳ । ସେହିପରି କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ଦକ୍ଷିଣ ଓଡ଼ିଶାର ଟାଣୁଆ ନେତା ପ୍ରଦୀପ ମାଝୀଙ୍କୁ ବି ମିଳିପାରେ ରାଜ୍ୟସଭା ଟିକେଟ୍ । ଜଣେ ମହିଳାଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ଚୂଡାନ୍ତ ନିଷ୍ପତ୍ତି ନେବେ ସୁପ୍ରିମୋ ନବୀନ ପଟ୍ଟନାୟକ ।

Comments are closed.