Latest Odisha News

BREAKING NEWS

କଳିଙ୍ଗା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍: ୬ ମୃତ, ୪୫ ଆହତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭଞ୍ଜନଗର ଦୁର୍ଗାପ୍ରସାଦରେ ଓଲଟିଲା ପଶ୍ଚିମବଙ୍ଗ ଟୁରିଷ୍ଟ ବସ୍ । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି । ମୃତକଙ୍କ ଭିତରେ ୬ ଜଣ ମହିଳା ଓ ୨ ଜଣ ପୁରୁଷ ଥିବା ସୂଚନା ମିଳିଛି ।

୧୫ରୁ ଅଧିକ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ୨୮ ଜଣ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଭଞ୍ଜନଗର ମେଡିକାଲରେ ଚିକିତ୍ସା କରାଯାଉଛି । ଟୁରିଷ୍ଟ ବସଟି ଫୁଲବାଣୀରୁ ପଶ୍ଚିମବଙ୍ଗ ଫେରିଲା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ବସରେ ୬୦ରୁ ଅଧିକ ପର୍ଯ୍ୟଟକ ଥିବା ସୂଚନା ମିଳିଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ଘାଟିରେ ବସ୍ ଓଲଟିଲା ତାହା ଜଣା ପଡିନି । ମୃତାହତମାନେ ପଶ୍ଚିମବଙ୍ଗ ହାଓଡ଼ା ଅଞ୍ଚଳର ବୋଲି ଜଣାପ଼ଡ଼ିଛି । ଖବର ପାଇ ଉଦ୍ଧାରକାର୍ୟ୍ୟରେ ଭଞ୍ଜନଗର ଓ ଜି.ଉଦୟଗିରି ପୋଲିସ ସହ ଅଗ୍ନିଶମ ବାହିନୀ କର୍ମଚାରୀ ଲାଗିଛନ୍ତି ।

Leave A Reply

Your email address will not be published.