କାଠମାଣ୍ଡୁ: ନେପାଳରେ ନିଖୋଜ ବିମାନର ଧ୍ବଂସାବଶେଷ ଠାବ ନେଇ ନେପାଳ ଆର୍ମିର ସୂଚନା । ବିମାନର ଧ୍ବଂସାବଶେଷ କୋଓ୍ବାଙ୍ଗରେ ସନ୍ଧାନ ମିଳିଥିବା କୁହାଯାଇଛି । ନେପାଳରେ ମଝି ଆକାଶରେ ନିଖୋଜ ହୋଇଯାଇଥିଲା ବିମାନ । ଏହି ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଓଡିଆ ପରିବାର । ଏହି ପରିବାରର ଘର ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳରେ । ଏହି ଚାରି ଓଡିଆ ହେଲେ ଅଶୋକ କୁମାର ତ୍ରିପାଠୀ, ପତ୍ନୀ ରିତିକା ତ୍ରିପାଠୀ, ପୁଅ ଧନୁଷ ତ୍ରିପାଠୀ ଏବଂ ଝିଅ ବୈଭବୀ ତ୍ରିପାଠୀ ।
ନେପାଳର ‘ପୋଖରା’ ନାମକ ଏକ ପର୍ଯ୍ୟଟନସ୍ଥଳ ବୁଲିବାକୁ ଯିବାବେଳେ ଆକାଶରେ ନିଖୋଜ ହୋଇଯାଇଥିଲା । ତେବେ ମୋଟ୍ ୨୨ ଜଣଙ୍କୁ ନେଇ ଯାଉଥିଲା ଏହି ବିମାନ । ଶେଷ ଖବର ସୁଦ୍ଧା ବିମାନର ଭଗ୍ନାବଶେଷ ମୁସ୍ତାଙ୍ଗ ଅଞ୍ଚଳରେ ମିଳିଛି ।
ନେପାଳ ଆର୍ମିର ମୁଖପାତ୍ର କହିଛନ୍ତି, ନିଖୋଜ ବିମାନଟି ଏକ ନଦୀ ପାଖରେ ଦୁର୍ଘଟଣାର ଶିକାର ହୋଇଛି । ମିଳିଥିବା ଶେଷ ଖବର ଅନୁସାରେ, ବର୍ତ୍ତମାନ ଉଦ୍ଧାର କାମ ବନ୍ଦ ରହିଛି, କାରଣ ସେଠାରୁ ବରଫପାତର ଖବର ଆସୁଛି । ଏହି ବିମାନଟି ଆଜି ଆଜି ଭୋର ୪ଟା ୨୨ରେ ପୋଖରାରୁ ଉଡାଣ ଭରିଥିଲା ।
ଅନ୍ୟପଟେ ଏହି ୪୩ ବର୍ଷର ଘରୋଇ ପୁରୁଣା ବିମାନ । ମୋଟ୍ ୨୨ ଜଣଙ୍କୁ ନେଇ ଯାଉଥିଲା ଏହି ବିମାନ । ଯେଉଁଥିରେ ଚାରି ଓଡିଆଙ୍କ ସମେତ ଦୁଇ ଜଣ ଜର୍ମାନୀର, ୧୩ ଜଣ ନେପାଳର ନାଗରିକ ଥିଲେ ବୋଲି ଜଣାପଡିଛି ।
Comments are closed.