Latest Odisha News

ଗଳ୍ପ : ବୋଉର ସାବିତ୍ରୀ ବ୍ରତ

ସଫଳା ଦାସ

ବହୁ ଦିନ ତଳର କଥା । ମୁଁ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ସାବିତ୍ରୀ ପୂଜା ପଡିବ ବୋଲି ଶୁଣିଲି । ଆମ ସାହିର ବଡ ମାଆ ଜେଜୀ ଖରାବେଳେ ବାଡିରେ ଗପ କରୁଥିବା ସମୟରେ ଆମର ଏଗୁଡାକ ନାହିଁ ନୂଆ ନୂଆ ଥରେ ପୂଜିଲେ ଗଲା । ବର୍ଷକୁ ବର୍ଷ ପାଲା ଲଗେଇଛି ।

ଏ ଦୁଇଜଣ ଏମିତି କଥା ହେବା ଶୁଣିଲା ପରେ ଘରେ ଆସି ବୋଉକୁ କହିଲି , ବୋଉ ଏ କି ପୂଜା ତୁ କାହିଁକି କରୁଛୁ ,ଜେଜୀ ମନା କରୁଛି ।

ବୋଉ ମୋର ମନ ଦୁଃଖ କଲା କିନ୍ତୁ ପୂଜା କରିବାକୁ ଜିଦି ଧରିଲା ।

ସତକୁ ସତ ଗାଁ ମାନଙ୍କରେ ସେ ସମୟରେ ଏତେ ସାବିତ୍ରୀ ପୂଜା ପାଇଁ କୋଳାହଳ ନଥିଲା । ପ୍ରାୟ ଜଣେ ଦୁଇଜଣ ସୀମିତ ଭିତରେ ଗାଁ ଭାଗବତ ଟୁଙ୍ଗିରେ କଦଳୀ, ଆମ୍ବ,ନଡ଼ିଆ ନେଇ ପୂଜା ଟିକେ ବୋଉ କରେ । ସେଥିରେ ଜୋର ଝାମେଲା ଜେଜୀର ଭୋଗଟିକେ ଯୋଗାଡ଼ ପାଇଁ । ବାପା ମୋର କଲିକତାରେ ସରକାରୀ ଚାକିରୀ ।ବୋଉ ତାର ଶାଶୁ ଶଶୁର ଆମ ଭାଇ ଭଉଣୀ କି ନେଇ ରହିଥାଏ । ମାସେ ପନ୍ଦର ଦିନରେ ଚିଠି ଖଣ୍ଡେ ଆସେ ଜେଜେଙ୍କ ନାଆଁରେ ତାଙ୍କ ପୁଅ ଦେଇଛନ୍ତି ବୋଲି ଜେଜୀ ଭାରି ଖୁସି । ବୋଉ କଥା ପଚାରେ କିଏ ।ବୋଉ ମୋର ପାଠ ପଢିଛି ହେଲେ ବାପାଙ୍କ ଡର ବୋଉ ପାଖକୁ ଖଣ୍ଡେ ଚିଠି ଦେବା କଷ୍ଟ । ଯଦି ତାଙ୍କର କେହି ସାଙ୍ଗ ସାଥି ଆସନ୍ତି ତା,ହେଲେ ବାପା ଲୁଚେଇ ବୋଉକୁ ଚିଠି ଦିଅନ୍ତି । ନହେଲେ ଜେଜୀ ମୋର ଜାଣିଲେ ଝଡ ସୃଷ୍ଟି କରିବ। ଛାଡ ସେ କଥା ଏମିତି ଚଳଣିରେ ମୁଁ ଟିକେ ବଡ ବୋଲି ଜାଣି ପାରେ ବୋଉର ମନ କଥା । କିନ୍ତୁ ଜେଜୀ ମୋ ଜୀବନ ବହୁତ ଭଲ ପାଏ । ତାକୁ ମଧ୍ୟ ବୋଉ ଡାକେ ।

ରାତି ପାହିଲେ ସାବିତ୍ରୀ ବୋଉ ରାତରୁ ଉଠି କାମ ସାରି ରୋଷେଇ ଶେଷ କରି ପୂଜା କରିବାକୁ ବାହାରିଲା ବେଳକୁ ଜେଜୀ ଆରମ୍ଭ କଲା ଲଗେଇ ଛି ନାଟ ଗାଁ ଗୋଟାକରେ କଦଳୀ ଟିକେ ମିଳୁନି । ଏହି ଆମ୍ବ ଦିଟା ମୋ ବାପ ଘର ବାଡିରୁ ଆଣିଛି ନେଇଯାଆ ।

ବୋଉ କାନ୍ଦି କାନ୍ଦି ଆଖିଦିଟା ଫୁଲେଇ ଦେଇଛି କଦଳୀ ପାଇଁ । ସବୁ ପୂଜାରେ ଆଗ କଦଳୀ । ତା କୁଆଁର ପୂନେଇ ଶାଢୀଟି ପିନ୍ଧି ଭାଗବତ ଟୁଙ୍ଗିରେ ପହଞ୍ଚି ଗଲା ବେଳକୁ ସେଠାରେ ଆମ ଗାଁର ବେହେରା ଘର ବୋହୂଟିଏ ନୂଆ ଶାଢୀ ଶଙ୍ଖା ସିନ୍ଦୂର ସବୁ ପ୍ରକାର ଫଳ ନେଇ ଯାଇଥାଏ । ମୁଁ ବୋଉ ସାଙ୍ଗରେ ଥାଏ ।ତାଙ୍କର ଏତେ କଥା ଦେଖି ମନ ଦୁଃଖ କଲି । ସେମାନେ ବୋଉ ପସରାରେ କଦଳୀ ଟିକେ ଥୋଇଦେଲେ ନନା ପୂଜା କଲେ । ବୋଉକୁ କହିଲେ ଦେଖୁଲୁ ମାଆ ତୋ ମନ କଥା ଠାକୁର ଜାଣିଛନ୍ତି । ସତକୁ ସତ ବୋଉ ମୋର କିଛି ନିଏନି କେବଳ ଭୋଗଟିକେ ନିଏ । ପୂଜା ସରିଲା ପରେ ଘରକୁ ଆସି ଜେଜେ ଜେଜୀ ମାଆକୁ ମୁଣ୍ଡିଆ ମାରି ଭୋଗ ଖାଇଲା ପରେ । ବୋଉକୁ ପଚାରିଲି ତୋର ଶାଢ଼ୀ ଶଙ୍ଖା ସିନ୍ଦୁର କିଛି ପୂଜାରେ ନାହିଁ ଘରେ ଜେଜୀ ଗାଳି ଦେଉଛି କାହିଁକି ପୂଜା କରୁଛୁ । ବୋଉ କହିଲା ତୋ ବାପାଙ୍କ ପାଇଁ । କେତେ ଦୂରରେ ଅଛନ୍ତି ସାବିତ୍ରୀମାଆ ତାଙ୍କ ଦେହ ଭଲ ରଖିବେ ଭଲରେ ଭଲରେ ଘରକୁ ଆସିବେ । ଏ ଶାଢ଼ୀରୁ କଣ ମିଳିବ । ଜେଜୀ କହିଲା ଶାଢ଼ୀ ଫଳ ପାଇଁ କଣ ଠାକୁର କହିଛନ୍ତି । ମୁଁ ପୂଜା କରୁନିସବୁ ହୁନ୍ଦର ତୋ ମାଆର । ବୋଉ କିଛି ନକହି ଗୋଟିଏ କଥା କହିଲା କିଛି ନଦେଲେ ମଧ୍ୟ ମୁଁ ପୂଜା କରିବି । ତାପରେ ବୋଉ ପାଖରୁ ପୂଜା ବିଷୟରେ ଶୁଣି ଲା ପରେ ଧିରେ ଧିରେ ଏହା ବଡ ଧରଣ ଗାଁ ଠୁ ସହର ଯାଏ ବିସ୍ତୃତ ହୋଇଗଲାଣି ।।

ସତରେ ସେବେଳର ନିଷ୍ଠା ଆଉ ବୋଉର କାଷ୍ଠା ମନେ ପଡିଲେ ଆଖିରୁ ଲୁହ ଆପେଆପେ ଗଡ଼ି ଆସେ ।

କଟକ

Comments are closed.