Latest Odisha News

ପୁଟିନଙ୍କୁ କ୍ୟାନ୍ସର: ଜୀବନ ଆଉ ତିନି ବର୍ଷ

ଭୁବନେଶ୍ୱର: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାଂଘାତିକ କ୍ୟାନ୍ସର ରୋଗ ହୋଇଛି । ସେ ଆଉ ତିନି ବର୍ଷ ବଞ୍ଚିବେ । ଏକଥା ଡାକ୍ତର ତାଙ୍କୁ କହି ଦେଇଛନ୍ତି । ଏପରିକି ତାଙ୍କର ଦୃଷ୍ଟି ଶକ୍ତି ମଧ୍ୟ ଖରାପ ହୋଇଗଲାଣି ।

ସେ ଆଉ ଭଲ ଭାବରେ ଦେଖିପାରୁ ନାହାନ୍ତି । କୌଣସି ସାଧାରଣ ଜିନିଷ ପଢ଼ିବାକୁ ତାଙ୍କୁ କଷ୍ଟ ହେଉଛି । ଛୋଟ ଅକ୍ଷର ଦେଖାଯାଉନି । ଋଷୀୟ ଗୁଇନ୍ଦା ବିଭାଗର ଜଣେ ବଡ଼ ଅଫିସର ଏହି ସୂଚନା ଗଣମାଧ୍ୟମକୁ ଦେଇଛନ୍ତି ବୋଲି ‘ଦ ଇଣ୍ଡିପେଣ୍ଡେଣ୍ଟ’ ଖବର ପ୍ରକାଶ କରିଛି ।

ଏଭଳି ସାଂଘାତିକ ଖବର ଏହି ‘ଫେଡେରାଲ ସିକ୍ୟୁରିଟି ଅଫିସର’ ଜଣକ ଆଉ ଜଣେ ପୂର୍ବତନ ଋଷୀୟ ଜାସୁସ ବୋରିସ୍ କାପ୍ରିସୋଭଙ୍କୁ କହିଛନ୍ତି । ଦିନକୁ ଦିନ ପୁଟିନଙ୍କ ଦେହ ଖରାପ ହେବାରେ ଲାଗିଛି । ସାଂଘାତିକ ସ୍ଥିତିକୁ ଯାଉଛି ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ।

ତାଙ୍କ ଗୋଡ଼ ହାତ ଥରୁଛି ଏବଂ ଆଖିକୁ ସ୍ପଷ୍ଟ ଦେଖାଯାଉନି । ଗଣମାଧ୍ୟମକୁ କିଛି ବାର୍ତ୍ତା ଦେବାକୁ ହେଲେ ତାଙ୍କୁ ଟେଲି ପ୍ରମ୍ପଟର କିମ୍ବା କାଗଜ ପୋଷ୍ଟର ବ୍ୟବହାର କରିବାକୁ ପଡୁଛି । ଆଉ ଅକ୍ଷର ଗୁଡ଼ିକୁ ବହୁତ ବଡ଼ ବଡ଼ କରି ଲେଖିବାକୁ ପଡୁଛି । ଯେମିତି କି ଗୋଟିଏ ପୃଷ୍ଠାରେ ମାତ୍ର ଦୁଇ ତିନି ଧାଡ଼ି ଲେଖି ହେବ ।

ଡାକ୍ତରଙ୍କ ପରାମର୍ଶ ଅନୁସାରେ ପୁଟିନଙ୍କୁ ଅସ୍ତ୍ରୋପଚାରର ଆବଶ୍ୟକତା ଅଛି । ଯେଉଁ ସମୟରେ ସ୍ୱାସ୍ଥ୍ୟଗତ ଭାବେ ଅସ୍ଥିର ହୋଇପାରନ୍ତି । ତେଣୁ ତାଙ୍କୁ କ୍ଷମତା କିଛି ଦିନ ପାଇଁ ହସ୍ତାନ୍ତର କରିବାକୁ ହେବ ।
ଏଭଳି ଗୁଜବକୁ ନେଇ ଋଷୀୟ ସ୍ୱାସ୍ଥ୍ୟମନ୍ତ୍ରୀ ସର୍ଜେ ଲେବ୍ରୋଭ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବିଶେଷଜ୍ଞ ଲୋକ ଏଭଳି ଲକ୍ଷଣ ଦେଖିପାରୁଛନ୍ତି ବୋଲି ତାଙ୍କର ବିଶ୍ୱାସ ହେଉନି । ଆଉ ଏହା ଗୁଜବ । ସ୍ୱାର୍ଥରହିତ ପ୍ରଚାରରେ ବିରୋଧୀ ଲାଗିଛନ୍ତି ବୋଲି ଲେବ୍ରୋଭ କହିଛନ୍ତି ।

Leave A Reply

Your email address will not be published.