ନୂଆଦିଲ୍ଲୀ: ବିଜେପି ପ୍ରବକ୍ତା ନୁପୂର ଶର୍ମାଙ୍କୁ ବିବାଦୀୟ ବୟାନ ଦେବା ମହଙ୍ଗା ପଡିଲା । ଆଜି ବିଜେପି ତାଙ୍କୁ ଏ ନେଇ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରିଛି । ପ୍ୟାଗମ୍ବର ମହମ୍ମଦ ସାହେବଙ୍କ ଉପରେ ସେ ବିବାଦୀୟ ବୟାନ ଦେଇଥିଲେ । ଏ ନେଇ ଉତେଜନା ପ୍ରକାଶ ପାଇଥିଲା । ବିଜେପି ସବୁ ଧର୍ମକୁ ଉପଯୁକ୍ତ ସମ୍ମାନ ଦିଏ, ଏଥିରେ ତ୍ରୁଟି ହେଲେ ଗ୍ରହଣୀୟ କରାଯିବ ନାହିଁ ବୋଲି ରାଷ୍ଟ୍ରୀୟ ମହସଚିବ ଅରୁଣ ସିଂ କହିଛନ୍ତି । ନୁପୂରଙ୍କ ବ୍ୟତୀତ ଦିଲ୍ଲୀ ପ୍ରଦେଶ ପ୍ରବକ୍ତା ନବୀନ ଜିନ୍ଦଲଙ୍କୁ ମଧ୍ୟ ପାର୍ଟିରୁ ସସପେଣ୍ଡ କରି ଦିଆଯାଇଛି । ସେ ନୂପୁରଙ୍କୁ ସମର୍ଥନ କରି ଟୁଇଟ କରିଥିଲେ ।
ନୁପୂରଙ୍କ ବୟାନ ଯୋଗୁ କାନପୁରରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଉପୁଜିଥିଲା । ଏପରିକି ତାଙ୍କୁ ବିଭିନ୍ନ ଧରଣର ଧମକ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପକ୍ଷରୁ ମିଳିବାକୁ ଲାଗିଛି । ତାଙ୍କ କଥାକୁ ଭିନ୍ନ ଭାବେ ପରିବେଷଣ କରାଯାଉଛି ବୋଲି ନୂପୁର କହିଛନ୍ତି । ମହାରାଷ୍ଟ୍ର ସମେତ ଆଉ କେତେକ ରାଜ୍ୟରେ ତାଙ୍କ ବିରୋଧରେ ମୋନଦ୍ଦମା ରୁଜୁ କରାଯାଇଛି ।
Comments are closed.