ଲାହୋର: ଦିନେ ପାକିସ୍ତାନର ଅଖଣ୍ଡ କ୍ଷମତାର ଅଧିକାରୀ ଥିବା ପୂର୍ବତନ ରାଷ୍ଟ୍ରପତି ତଥା ଜେନେରାଲ ପରଭେଜ ମୁଶାରଫ ଏବେ ଅସହାୟ । ଏପରିକି ତାଙ୍କ ନିଜ ଅଙ୍ଗ ଆଉ ନିଜ ବୋଲ ମାନୁନି । ଶଯ୍ୟାରୁ ଉଠିପାରୁନାହାଁନ୍ତି ମୁସାରଫ । ଗତ କିଛି ଦିନହେଲା ସେ ରୋଗଶଯ୍ୟାରେ ପଡ଼ିଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।
Message from Family:
He is not on the ventilator. Has been hospitalized for the last 3 weeks due to a complication of his ailment (Amyloidosis). Going through a difficult stage where recovery is not possible and organs are malfunctioning. Pray for ease in his daily living. pic.twitter.com/xuFIdhFOnc
— Pervez Musharraf (@P_Musharraf) June 10, 2022
ପାକିସ୍ତାନ ରାଜନୀତିରେ ଦିନେ ଏକଛତ୍ରବାଦ ଶାସନ ଚଳାଇଥିବା ମୁସାରଫ ଜୀବନର ଶେଷ ସମୟ କିନ୍ତୁ ପାକିସ୍ତାନରେ ରହିବାକୁ ସୁଯୋଗ ପାଇନଥିଲେ । ଦେଶଦ୍ରୋହ ଅପରାଧରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବାରୁ ଦେଶ ବାହାରେ ଦୁବାଇରେ ରହୁଥିଲେ ମୁସାରଫ । ପାକିସ୍ତାନ ପାଇଁ ଜେନରାଲ ମୁସାରଫ ଅନେକ ବିବାଦ ସୃଷ୍ଟି କରିଛନ୍ତି । ନଓ୍ବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ଗାଦିରୁ ହଟାଇ ନିଜେ ରାଷ୍ଟ୍ରପତି ହୋଇଛନ୍ତି । ବେନଜିର ଭୁଟ୍ଟୋଙ୍କୁ ହତ୍ୟା ଘଟଣାରେ ତାଙ୍କ ହାତ ଥିବା ବିରୋଧୀ ଅଭିଯୋଗ କରନ୍ତି । କାର୍ଗିଲ ଯୁଦ୍ଧ କରି ଭାରତ ସହ ସଂପର୍କ ଖରାଫ କରିବା ସହ ଦେଶର ଅର୍ଥନୀତିକୁ ତଳିତଳାନ୍ତ କରିଥିବା ପାକିସ୍ତାନବାସୀ ଅଭିଯୋଗ କରନ୍ତି । ପ୍ରକାଶିତ ରିପୋର୍ଟ ମୁତାବକ କର୍କଟ ରୋଗରେ ଆକ୍ରାନ୍ତ ୭୮ ବର୍ଷୀୟ ମୁଶାରଫଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଦୁବାଇର ହସପିଟାଲରେ ଭର୍ତି କରାଯାଇଛି । ୧୯୯୯ରୁ ୨୦୦୮ ପର୍ଯ୍ୟନ୍ତ ସେ ପାକିସ୍ତାନ ରାଷ୍ଟ୍ରପତି ଦାୟିତ୍ୱ ତୁଲାଇଥିଲେ।
ତାଙ୍କ ନାମରେ କ୍ଷମତାର ଅପବ୍ୟବହାର ଅଭିଯୋଗ ପରେ ସେ ପାକିସ୍ତାନରୁ ପଳାୟନ କରିଥିଲେ ଦୁବାଇ । ୨୦୧୬ପରଠାରୁ ସେ ଦୁବାଇରେ ରହୁଥିଲେ । ପାକିସ୍ତାନରେ ମୁଶାରଫଙ୍କ ବିରୋଧରେ ୨୦୧୩ରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା । ସେ ଏଥିରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ କୋର୍ଟଙ୍କ ପକ୍ଷରୁ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣା ଯାଇଥିଲା । ତେବେ ସେ ଦେଶରୁ ପଳାୟନକୁ ଠିକ୍ ଭାବିଥିଲେ । 1999 ମସିହାରେ କାରଗିଲ ଯୁଦ୍ଧର ଖଳନାୟକ ଭାବେ ମଧ୍ୟ ତାଙ୍କୁ ବିବେଚନା କରାଯାଏ ।
Comments are closed.