Latest Odisha News

BREAKING NEWS

ଶିକ୍ଷକଙ୍କ ଇଚ୍ଛା ପୂରଣ କଲେ ପ୍ରଧାନମନ୍ତ୍ରୀ, ‘ଅଳ୍ପ ସମୟର ଭେଟଘାଟ କିନ୍ତୁ ବହୁତ ଖୁସି’

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ଶିକ୍ଷକ ଜଗଦୀଶ ନାୟକଙ୍କ ଫଟୋ (88) ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁଜରାଟ ନାଭସାରି ଗସ୍ତ ସମୟର। ଫଟୋରେ ଦେଖାଯାଉଥିବା ବୃଦ୍ଧ ଜଣଙ୍କ ଜଗଦୀଶ ନାୟକ । ଯିଏକି ଏକଦା ଶିକ୍ଷକ ଥିଲେ। ଆଉ ତାଙ୍କ ଛାତ୍ର ଥିଲେ ନରେନ୍ଦ୍ର ମୋଦୀ । ପରିଣତ ବୟସର ସେ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଚାହୁଁଥିଲେ। ଆଉ ମୋଦୀ ଗୁଜରାଟ ଏବଂ ନିରଲୀ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ଉଦଘାଟନ କରିବାକୁ ଆସୁଥିବା ଜାଣି ପିଏମଓକୁ ଫୋନ୍ କରି ମୋଦୀଙ୍କୁ ଭେଟିବାକୁ ଚାହୁଁଛନ୍ତି ବୋଲି କହିଥିଲେ।

ଜଗଦୀଶ ନାୟକ କହିଛନ୍ତି ଯେ ବର୍ତ୍ତମାନ ସେ ତାପି ଜିଲ୍ଲାରେ ରୁହନ୍ତି। ସେ ବଡନଗରରେ ଶିକ୍ଷକ ଥିଲେ। ସେତେବେଳେ ସେ ନରେନ୍ଦ୍ର ମୋଦୀଙ୍କୁ ପାଠ ପଢ଼ାଇଥିଲେ। ନରେନ୍ଦ୍ର ମୋଦୀଙ୍କୁ ଥରେ ଭେଟିବା ପାଇଁ ବହୁତ ଇଚ୍ଛା ଥିଲା। ଶୁକ୍ରବାର ଭେଟଘାଟ ପରେ କହିଛନ୍ତି ଯେ ଏତେ ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦୀଙ୍କ ପ୍ରତି ସମ୍ମାନ ଓ ଭଲ ପାଇବା ଏବେ ବି ପରିବର୍ତ୍ତନ ହୋଇନି। ଏହା ଏକ ଛୋଟିଆ ଭେଟଘାଟ କିନ୍ତୁ ସ୍ମରଣୀୟ ହୋଇ ରହିବ। ଏହି ଖୁସିକୁ ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ।

ଜଗଦୀଶ ନାୟକଙ୍କ ନାତି ପାର୍ଥ କହିଛନ୍ତି ଯେ ଜେଜେ ବାପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନେକ ଥର ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏବେ ଯେତେବେଳେ ସେ ଜାଣିବାକୁ ପାଇଲା ଯେ ପ୍ରଧାନମନ୍ତ୍ରୀ ନଭସାରି ଆସୁଛନ୍ତି, ସେ ପିଏମଓକୁ ଫୋନ୍ କରି ଭେଟିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଆଉ ନିଜର ପରିଚୟ ମଧ୍ୟ ଦେଇଥିଲେ। ଏହାପରେ ହଠାତ ଗୋଟିଏ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ କରିଥିଲେ । ଆଉ ସମସ୍ତଙ୍କ ସହ ଫୋନରେ ମୋଦୀ କଥା ହୋଇଥିଲେ। ସେ ବହୁତ ସରଳ ଭାବରେ କଥା ହେଉଥିଲେ। ମୋଦୀ ଏତେ ସରଳ ହୋଇ କଥା ହେବେ ବୋଲି ସେ ଭାବିପାରିନଥିଲେ। ପରେ ମୋଦୀ କହିଥିଲେ ହସ୍ପିଟାଲ ଉଦଘାଟନ କରିବାକୁ ଯାଉଛନ୍ତି ସେ ତାଙ୍କ ସାର ଏବଂ ପରିବାର ଲୋକଙ୍କୁ ଭେଟିବାକୁ ଚାହୁଁଛନ୍ତି। ପରେ ଶୁକ୍ରବାର ଦିନ ଆମେ ସମସ୍ତେ ଡାକ୍ତରଖାନା ପରିସରରେ ପିଏମ ମୋଦୀଙ୍କୁ ଭେଟିଥିଲୁ।

Leave A Reply

Your email address will not be published.