ଭୁବନେଶ୍ୱର: ମୋଦି ସରକାରଙ୍କ ୮ ବର୍ଷ ପୁର୍ତି ଅବସରରେ ରାଜ୍ୟ ବିଜେପି ତରଫରୁ ସମାଜର ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଓ ସମ୍ମାନିତ କରାଯାଇଛି । ରାଜ୍ୟ ସଭାପତି ସମୀର ମହାନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ତଥା ବିଶିଷ୍ଟ ଔପନାସିକ ବିଭୁତି ପଟ୍ଟନାୟକଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନକୁ ଯାଇ ସମ୍ବର୍ଦ୍ଧିତ କରିଛନ୍ତି । ସେହିପରି ଆନ୍ତର୍ଜାତୀକ ସ୍ତରର ସୁନାମଧନ୍ୟ ଚେସ୍ ଖେଳାଳି ସ୍ୱୟଂମ୍ସ ମିଶ୍ରଙ୍କୁ ମଧ୍ୟ ଭୁବନେଶ୍ୱରସ୍ଥିତ ବାସଭବନକୁ ଯାଇ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପଂଚାନନ ନାୟକ, ଗଣମାଧ୍ୟମ ରାଜ୍ୟ ସହ ସଂଯୋଜକ ସୁଜିତ କୁମାର୍ ଦାସ ଏବଂ ସୁନୀତି ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।
ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ଏବଂ ପୂର୍ବତନ ସେନା ପ୍ରକୋଷ୍ଠ ତରଫରୁ ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ତଥା ବିଶିଷ୍ଟ କବି ହୃଷିକେଶ ମଲ୍ଲିକ, ପଦ୍ମବିଭୁଷଣ ସୁଦର୍ଶନ ସାହୁ, ବୀରଚକ୍ର ଅତନୁ ଗୁରୁଙ୍କୁ ଭୁବନେଶ୍ୱରଠାରେ ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସମାଜର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
ମୋଦି ସରକାର ସମାଜର ପ୍ରତ୍ୟେକ ବିଭାଗକୁ ଗୁରୁତ୍ୱ ଦେଇ ସମାଜର ସବୁ ବର୍ଗର ଲୋକଙ୍କୁ ସମ୍ମାନୀତି କରିବାର ପ୍ରୟାସ ଜାରି ରଖିଛନ୍ତିି । ମୋଦିଜୀ ସଦାସର୍ବଦା ସାହିତ୍ୟ, ସୈନିକ, ସଙ୍ଗୀତ, ନୃତ୍ୟ, ଖେଳ ଓ ପଥର ଶିଳ୍ପୀ, ବାଲୁକା କଳାକୁ ଉଚ୍ଚସମ୍ମାନ ଦେଇଆସିଛନ୍ତି । ଯୋଗ୍ୟ ପ୍ରତିଭାକୁ ଉପଯୁକ୍ତ ସମ୍ମାନ ଦେଉଛନ୍ତି ମୋଦି ସରକାର ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।
Comments are closed.